୨୮ରୁ ନକ୍ସଲଙ୍କ ସହିଦ ସପ୍ତାହ : ୩ ରାଜ୍ୟର ସୀମା ସିଲ୍‌

ମାଲକାନଗିରି : ଆସନ୍ତା ୨୮ ତାରିଖରୁ ନକ୍ସଲ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯିବ। ପୁଲିସ ଓ ପ୍ରଶାସନର କାର୍ଯ୍ୟକଳାପକୁ ବିରୋଧ କରିବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ ଏହି ସପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି । ମାଲକାନଗିରି-କୋରାପୁଟ-ବିଶାଖା ବର୍ଡର ଡିଭିଜନ ଏବଂ ମାଲକାନଗିରି ଡିଭିଜନ ଦିଆଯାଇଥିବା ଏହି ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଓଡିଶା- ଛତିଶଗଡ, ଓଡିଶା-ଆନ୍ଧ୍ରପ୍ରଦେଶ ଓ ମାଲକାନଗିରି-କୋରାପୁଟ ସୀମାକୁ ସିଲ କରିଦିଆଯାଇଛି।

ସମ୍ବନ୍ଧିତ ଖବର