ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ପୁଣି ପୁଲିସ-ମାଓବାଦୀ ମଧ୍ୟରେ ଲଢ଼େଇ ହୋଇଛି। ଆଜି ଅପରାହ୍ନରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ନିକଟସ୍ଥ କାମ୍ବେରିକିଆ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହେବା ପରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା ହୋଇଥିବା ବେଳେ ଏଥିରେ ଜଣେ ଡିଭିଏଫ୍ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କ ନାମ ଜିତେନ୍ଦ୍ର ନାୟକ ଓ ତାଙ୍କ ବାମ ହାତରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଅନ୍ୟପଟେ ପୁଲିସର ପାଲଟା ଗୁଳି ବର୍ଷାରେ ମାଓବାଦୀ ମୃତାହତ ନେଇ ଆଶଙ୍କା କରାଯାଉଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ। ଆଜି ସକାଳେ କନ୍ଧମାଳ ଏସ୍ପିଙ୍କୁ କମ୍ବେରିକିଆ ଜଙ୍ଗଲରେ କେକେବିଏନ୍ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲୁଥିବା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ସେମାନଙ୍କ ଆକ୍ରମଣରେ ଯବାନ ଜଣକ ଆହତ ହୋଇଥିଲେ।
କନ୍ଧମାଳରେ ମାଓ-ପୁଲିସ ଗୁଳିବିନିମୟ: କାମ୍ବେରିକିଆ ଜଙ୍ଗଲରେ ମୁହାଁମୁହିଁ
ଯବାନ ଗୁରୁତର, ମାଓବାଦୀ ମୃତାହତ ଆଶଙ୍କା
/sambad/media/post_attachments/wp-content/uploads/2024/02/fhfshttt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)