ବ୍ରହ୍ମପୁର/ଫୁଲବାଣୀ/ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଓ ଗୋଛାପଡ଼ା ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପଟୁ ଗୁଳିବିନିମୟ ଜାରି ରହିଛି। ତେବେ ମୃତାହତଙ୍କ ବିଷୟରେ ସଠିକ୍ ତଥ୍ୟ ହସ୍ତଗତ ହୋଇପାରିନି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଯବାନ ମାନେ ଗୋଛାପଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ଖବର ମିଳିବା ସୁଦ୍ଧା, ଟିମ୍ ଉକ୍ତ ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଥିବା ବେଳେ କୌଣସି ଯବାନ୍ ଫେରି ନଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଗୋଛାପଡ଼ାରେ ମାଓବାଦୀ-ପୁଲିସ ଗୁଳିବିନିମୟ
/sambad/media/post_attachments/wp-content/uploads/2020/01/naxal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)