ମାଲକାନଗିରି : ନକ୍ସଲ ସଂଗଠନ ମାଲକାନଗିରି-କୋରାପୁଟ-ବିଶାଖା ଡିଭିଜନ ସଂପାଦକ ବେଣୁ ପ୍ରେସ ବିବୃତିରେ ପୋଲାଭରମକୁ ବିରୋଧ କରିଛନ୍ତି। ସେ ଦେଇଥିବା ପ୍ରେସ ବିବୃତ୍ତିରେ ଉଲ୍ଲେଖ ଅନୁସାରେ ଗରିବ ନିଷ୍ପେସିତ, ଅବହେଳିତ ତଥା ଦଳିତ ଆଦିବାସୀଙ୍କ ଜୀବନକୁ ବିସ୍ଥାପିତ କରି ଶାସକ, ଉଚ୍ଚବର୍ଗ ତଥା ପୁଞ୍ଜିପତିମାନଙ୍କୁ ଲାଭଦାୟକ ପାଇଁ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପକୁ ବିରୋଧ କରାଯାଇଛି। ପୋଲାଭରମ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ଜନତା ଏକ ହୁଅନ୍ତୁ। କେନ୍ଦ୍ର ଏବଂ ରାଜ୍ୟ ତଥା ଶୋଷଣ ବ୍ୟବସ୍ଥା ବିରୋଧରେ ଲଢେଇ କରିବା, ଗରିବଙ୍କ ବିକାଶ ବାହାନା ଦେଖାଇ ମୋଦୀ ଏବଂ ନବୀନ ସରକାର ପୁଞ୍ଜିପତିଙ୍କ କମ୍ପାନିମାନଙ୍କୁ ପ୍ରବେଶ କରାଇବା ଷଡଯନ୍ତ୍ରରେ ନର୍ମାଣ କରୁଥିବା ପୋଲାଭରମ ପ୍ରକଳ୍ପକୁ ବିରୋଧକରି ଆସନ୍ତା ୨୦ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ ପାଳନ ନେଇ ଆହ୍ଵାନ ଦେଇଛନ୍ତି। ଜମି, ଜଙ୍ଗଲ, ପାଣି, ଗରିବ ନିଷ୍ପେସିତ, ଅବହେଳିତ ଆଦିବାସୀଙ୍କ ହକ୍ ପାଇଁ ଲଢେଇ ଜାରି ରଖିବାକୁ ଆହ୍ଵାନ ଦିଆଯାଇଛି। ସବକା ସାଥ, ସବକା ବିକାଶ ନାମରେ ମୋଦୀ ଏବଂ ନବୀନ ସରକାର ସମସ୍ତ ସାମ୍ରାଜ୍ୟବାଦ ଦଲାଲ ପୁଞ୍ଜିପତିଙ୍କ ସମର୍ଥନରେ ସମସ୍ତ ଗରିବଙ୍କୁ ବିନାଶ କରୁଛନ୍ତି। ଗରିବ ହଟାଅ ନାମରେ ସମସ୍ତ ଗରିବଙ୍କୁ ଭିଟାମାଟିରୁ ହଟାଇ ଦେଉଛନ୍ତି। ତେବେ ମାଓନେତା ବେଣୁ ପୋଲାଭରମ ପ୍ରକଳ୍ପ ବନ୍ଦ ନେଇ ଦାବି କରୁଥିବା ବେଳେ ମାଲକାନଗିରି ଜିଲ୍ଲାର ସମସ୍ତ ଜନତା ଏଥିପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ଆସନ୍ତା ୨୦ ତାରିଖକୁ ବନ୍ଦ କରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି।
ପୋଲାଭରମ ପ୍ରକଳ୍ପକୁ ମାଓବାଦୀଙ୍କ ବିରୋଧ
/sambad/media/post_attachments/wp-content/uploads/2018/07/polavaram-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)