ଫୁଲବାଣୀ : ବୁଧବାର ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ମିନଗୁନିପଦର ଠାରେ ମାଓବାଦୀମାନେ ପୋଲିଙ୍ଗ୍ ପାର୍ଟି ଯାଉଥିବା ଗୋଟିଏ ଗାଡ଼ିକୁ ପୋଡ଼ି ଦେଇଛନ୍ତି।
ଗାଡ଼ିଟିକୁ ପୋଡ଼ିବା ପୂର୍ବରୁ ମାଓବାଦୀମାନେ ପୋଲିଙ୍ଗ୍ ପାର୍ଟିର ସମସ୍ତ ସଦସ୍ୟଙ୍କୁ ଓହ୍ଲାଇ ଦେଇଥିବା ଖବର ଆସିଛି। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ କି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ମାଓବାଦୀ ଭୋଟ ବର୍ଜନ ଲାଗି ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇ ଭୋଟରଙ୍କୁ ଭୟଭୀତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/burning.jpg)