୩ଦିନ ଧରି ମାଓବାଦୀ ମନାଇଲେ ବିଜୟର ଉତ୍ସବ, ଟେର ପାଇପାରିଲାନି ପୁଲିସ୍

ଦେଖନ୍ତୁ ଭିଡିଓ

ମାଲକାନଗିରି: କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ, ହାତରେ ବାଜା ଆଉ ଦେହରେ ରଙ୍ଗିନ ପୋଷାକ ପିନ୍ଧି ମାଓବାଦୀ ମନାଉଛନ୍ତି ବିଜୟର ଉତ୍ସବ। ଗତ ଜୁଲାଇ ୨୮ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ରହିଥିଲା ସହିଦ ସପ୍ତାହ। ଆଉ ଏହା ସଫଳ ହେବ ପରେ ମାଓବାଦୀ ପାଳୁଛନ୍ତି ବିଜୟ ଉତ୍ସବ। ଏଥିରେ ସାମିଲ ହୋଇଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଭାବେ ଆଦିବାସୀ ମହିଳା ଏବଂ ପୁରୁଷ। ଏହି ବିଜୟ ଉତ୍ସବରେ ଶତାଧିକ କ୍ୟାଡର ମାଓବାଦୀ ମଧ୍ୟ ସାମିଲ ହୋଇଥିଲେ।

ଏହାର ଏକ ଭିଡ଼ିଓ ବି ସାମ୍ନାକୁ ଆସିଛି, ଯେଉଁଥିରେ ଏହି କ୍ୟାଡର ମାଓବାଦୀ ଗାଁ ଲୋକଙ୍କ ସହ ତାଳରେ ତାଳ ଦେଇ ଆନନ୍ଦ ଉଲ୍ଲାସରେ ନାଚି ଚାଲିଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା, ଦନ୍ତେୱାଡା ଏବଂ ବିଜପୁରର ସୀମାବର୍ତ୍ତି ଜଙ୍ଗଲରେ। ମାଓବାଦୀଙ୍କ ଏହି ରଙ୍ଗିନ କାର୍ଯ୍ୟକ୍ରମ ୩ଦିନ ଧରି ଚାଲିଥିଲା। ଏହାକୁ ଦକ୍ଷିଣ ବସ୍ତର ବ୍ୟୁରୋ ମାଓ ସଙ୍ଗଠନ ପକ୍ଷରୁ ପକ୍ଷରୁ ଆୟୋଜିତ କରାଯାଇଥିଲା। ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମାଓ ଆଦର୍ଶ କୁ ଲୋକଙ୍କ ନିକଟତର କରିବା ପାଇଁ ମାଓବାଦୀଙ୍କ ନାଟ୍ୟ ମଣ୍ଡଳୀ ମାଧ୍ୟମରେ ପରିବେଷଣ କରାଯାଇଥିଲା।

ତେବେ ଏତେ ସଂଖ୍ୟକ ମାଓ ସମର୍ଥକ ସହ ଏତେ ବଡ଼ ମାଓବାଦୀଙ୍କ କାର୍ଯ୍ୟକ୍ରମ ଦେଖିଲେ ଅନୁମାନ କରିହେବ, ମାଓବାଦୀଙ୍କ ସଙ୍ଗଠନ କେତେ ସୁଦୃଢ। ଆଉ ଏଭଳି କାର୍ଯ୍ୟକ୍ରମର ଟେର ପାଇପାରିନଥିଲା ପୁଲିସ୍ ।

ସମ୍ବନ୍ଧିତ ଖବର