ମାଲକାନଗିରି: ନକ୍ସଲମାନଙ୍କ ସହିଦ୍ ସପ୍ତାହ ପାଳନ ହେବାର ସପ୍ତାହେ ନ ପୁରୁଣୁ ୧୬ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେଵାଡ଼ା ଜିଲ୍ଲାରେ।
ମିଳିଥିବା ସୂଚନା ଅନୁଯାୟୀ, ଦନ୍ତେଵାଡ଼ା ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଗତକାଲି ରାତିରେ ୧୬ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୩ଜଣ କୁଖ୍ୟାତ ମାଓବାଦୀ ଅଛନ୍ତି, ଯେଉଁମାନଙ୍କ ନାଆଁରେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଜନ ମିଲିକିଆ କମାଣ୍ଡର ଥିଲେ ବୋଲି ଜଣାଯାଇଛି। ଏମାନେ ହତ୍ୟା ଲୁଟପାଟ ଓ ଯାନବାହାନରେ ନିଆଁ ଲଗାଇବା ଭଳି ଅପରାଧ ସହ ଜଡ଼ିତ ଥିଲେ।
/sambad/media/post_attachments/wp-content/uploads/2020/08/malk-1.jpg)
ଗତକାଲି ଏହି ୧୬ ମାଓବାଦୀ ଦନ୍ତେଵାଡ଼ା ଆରକ୍ଷୀ ଅଧୀକ୍ଷକ ଅଭିଷେକ ପଲ୍ଲବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ତା’ଛଡ଼ା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ତାଲିମ ଦିଆଯିବ। ଏହାକୁ ଦନ୍ତେଵାଡ଼ା ପୁଲିସର ବଡ଼ ସଫଳତା ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2020/08/malkn.jpg)
ସୂଚନାଯୋଗ୍ୟ, କିଛି ଦିନ ତଳେ ଦନ୍ତେଵାଡ଼ା ଜିଲ୍ଲା ଅନ୍ତର୍ଗତ ପାଲନାର୍ ଗ୍ରାମର ମଲ୍ଲା ତାମୋ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ ଯାହାଙ୍କ ନାଆଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ ସରକାର । ମଲ୍ଲାକୁ ୧୨ ବର୍ଷ ବୟସ ହୋଇଥିବା ସମୟରେ ସେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଭାରମଗଡ଼ ଏରିଆ କମିଟିର ଡେପୁଟି କମାଣ୍ଡର। ଗତ ୧୫ ବର୍ଷ ମଧ୍ୟରେ ସେ ବହୁ ହିଂସାରେ ଜଡ଼ିତ ଥିବା ସ୍ବୀକାର କରିଛି। ମଲ୍ଲା ତାମୋ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ।
ତେବେ ୧୫ ବର୍ଷ ପରେ ମଲ୍ଲା ତାମୋ ଘରକୁ ଆସିଥିଲା ବେଳେ ଭଉଣୀ ଲିଙ୍ଗେ ତାମୋ ଭାଇକୁ ଅଟକାଇ ରାକ୍ଷୀର ସଂପର୍କକୁ ମନେ ପକାଇଥିଲା। ଦୀର୍ଘ ବର୍ଷ ଧରି ସେ ଏହି ଦିନକୁ ଅପେକ୍ଷା କରି ରହିଥିବା ଭଉଣୀ ଲିଙ୍ଗେ କହିଥିଲେ। ଏଥିସହ ପରିବାର ଲୋକେ ତାଙ୍କୁ ଝୁରୁଥିବା କହିଥିଲେ। ମଲ୍ଲା ଭଉଣୀର ଡାକରାକୁ ହୃଦୟଙ୍ଗମ କରିପାରିଥିଲା। ଆଉ ସଂଗଠନକୁ ଫେରିବ ନାହିଁ ବୋଲି ଭଉଣୀ ଲିଙ୍ଗେକୁ ପ୍ରତିଶ୍ରୁତି ଦେଲା। ତେବେ ଭଉଣୀ ଲିଙ୍ଗେ ତୁରନ୍ତ ମଲ୍ଲାକୁ ପୁଲିସ ନିକଟରେ ଆତ୍ମସମର୍ପଣ କରାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/16-Maoists-Surrenders_Thumbnail.jpg)