କୋରାପୁଟ: କୋରାପୁଟ-ମାଲକାନଗିରି ସୀମାରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି। ମାଛକୁଣ୍ଡ ଥାନା ଅଞ୍ଚଳରେ ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ ଥିବାର ଖବର ପାଇ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ବିଏସଏଫ୍ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରାଯାଇଛି।
ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନାଲ କମିଟି ଏକ ଡ୍ରମ ଭିତରେ ମାଟିତଳେ ଏହାକୁ ଲୁଚାଇ ରଖିଥିଲେ। ଏନେଇ କୋରାପୁଟ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/koraput.jpg)