ରାଉରକେଲା : ପୁଣି ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ୍। ଏଥିରେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଷଡ଼ଯନ୍ତ୍ର କରିଛନ୍ତି ମାଓବାଦୀ। ଚକ୍ରଧରପୁର ମଣ୍ଡଳ ସିଆର୍ପିଏଫ୍ କମାଣ୍ଡାଣ୍ଟଙ୍କୁ ଏପରି ଗୁଇନ୍ଦା ସୂଚନା ମିଳିବା ପରେ ରାଉରକେଲା ସମେତ ଏହି ଏକ୍ସପ୍ରେସ୍ର ରାସ୍ତାରେ ପଡୁଥିବା ସବୁ ପ୍ରମୁଖ ଷ୍ଟେସନରେ ହାଇଆଲର୍ଟ ଜାରି କରାଯାଇଛି। ସ୍ଥାନୀୟ ରେଳବାଇ ପୁଲିସ ଓ ସିଆର୍ପିଏଫ୍ ଯବାନଙ୍କୁ ସତର୍କ ରହିବାକୁ ଚକ୍ରଧରପୁରମଣ୍ଡଳ ପକ୍ଷରୁ ପ୍ରମୁଖ ଷ୍ଟେସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ମୁତାବକ ରାଉରକେଲା ଷ୍ଟେସନରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ରେଳବାଇ ଏସ୍ପି ତ୍ରିନାଥ ପଟେଲ ଯାତ୍ରୀଙ୍କ ଗତିବିଧି ଓ ଟ୍ରେନଗୁଡ଼ିକ ଉପରେ କଡ଼ା ନଜର ରଖିବାଲାଗି ରେଳବାଇ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ସିଆର୍ପିଏଫ୍ ଥାନା ଅଧିକାରୀ ପ୍ରତ୍ୟେକ ପ୍ଲାଟଫର୍ମରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ସନ୍ଦିଗ୍ଧ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ସିଆର୍ପିଏଫ୍ ଯବାନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଏସବୁ ଦୁଇଦିନ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ ଖବରକୁ ଗୋପନ ରଖା ଯାଇଥିଲା। ସିଆର୍ଏପିଏଫ୍ଠାରୁ ମିଳିଥିବା ସୂଚନା ମୁତାବକ, ୩ ଜଣ ମାଓବାଦୀ ଚଳିତ ମାସର ୮ରୁ ଆସନ୍ତା ୧୧ ତାରିଖ ଭିତରେ ଗୀତାଞ୍ଜଳି ଏକ୍ସପ୍ରେସରେ ଝାଡ଼ଖଣ୍ଡର ମହଲିମୁରୁମ ଇଲାକାରେ ଅଘଟଣ ଘଟାଇବାକୁ ଯୋଜନା କରିଛନ୍ତି।
ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ୍, ରାଉରକେଲା ସମେତ ପ୍ରମୁଖ ଷ୍ଟେସନରେ ହାଇଆଲର୍ଟ
/sambad/media/post_attachments/wp-content/uploads/2019/10/gitanjali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)