କ୍ୟାଡର ମାଓବାଦୀ ସହ ମିଲିସିଆ ଗିରଫ

ନୂଆପଡ଼ା : ନୂଆପଡ଼ା ପୁଲିସ କ୍ୟାଡର ମାଓବାଦୀ ମନୋଜ ମାଡ଼କାମୀ ଓରଫ ରୋସନ (୨୯) ସହ ମିଲିସିଆକୁ ଗିରଫ କରିଛି। ମଙ୍ଗଳବାର କୋମନା ଥାନା ପାଟପାଣି ଗାଁ ଜଙ୍ଗଲ ନିକଟରୁ ପୁଲିସ ଓ ଏସଓଜିଙ୍କ ମିଳିତ କମ୍ବିଂ ବେଳେ ଏ ଦୁଇଜଣଙ୍କୁ ଗିରଫ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ୍‌ପି ସ୍ମିତ ପି. ପରମାରଙ୍କ ସୂଚନା ଦେଇ କହିଛନ୍ତି ଯେ, ଗିରଫ ମାଓବାଦୀ ମନୋଜ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଗଙ୍ଗଲୋର ଥାନା ପୋନଜେର ଗାଁର। ସେ ବଲାଙ୍ଗୀର- ବରଗଡ଼- ମହାସମୁନ୍ଦ ଡିଭିଜନର ଗନ୍ଧମାର୍ଦ୍ଦନ ଲୋକାଲ ଅର୍ଗାନାଇଜିଂ ସ୍କ୍ଵାଡର ଏରିଆ କମିଟି ସଦସ୍ୟ ଭାବରେ କାମ କରୁଥିଲା। ତାକୁ ଧରିବା ପାଇଁ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।ସେହିପରି ଗିରଫ ହୋଇଥିବା ମିଲିସିଆ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନାର ଚିତାକୁଟନା ଗାଁର ଗୁପଲେଶ୍ୱର ମାଝୀ। ସେ ମାଓବାଦୀଙ୍କ ପାଇଁ ବଲାଙ୍ଗୀର ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଂଚଳରେ କାମ କରୁଥିଲା ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର