ଭବାନୀପାଟଣା: ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣରେ ନିୟୋଜିତ ୩ଟି ଟ୍ରାକ୍ଟର ୨ଟି ଟିପର ଓ ଗୋଟିଏ ଜେସିବିକୁ ମାଓବାଦୀମାନେ ଜାଳି ଦେଇଛନ୍ତି। ଠିକାଦାର ରାସ୍ତାକାମରେ ଅନିୟମିତତା କରୁଥିବା ଅଭିଯୋଗରେ ଏଭଳି ଲଙ୍କାକାଣ୍ଡ ଘଟିଥିବା ଜଣାଯାଇଛି।

Advertisment

publive-image

ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗାଡ଼ି ପୋଡ଼ି ଦିଆଯାଇଥିବା ବେଳେ ରାସ୍ତାକାମକୁ ବିରୋଧୀ କରି ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ଲଗା ଯାଇଛି। ଘଟଣାସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବା ବେଳେ ୨୦୧୮ ପରେ ମାଓ ସଂଗଠନର ଏହା ଏକ ବଡ଼ ହିଂସାକାଣ୍ଡ ବୋଲି କୁହାଯାଉଛି। ଏହି ରାସ୍ତାକାମ ଭବାନୀପାଟଣାର ଠିକାଦାର ପ୍ରମୋଦ ପଟ୍ଟନାୟକ କରୁଥିବା ଜଣାପଡ଼ିଛି । ୨୦୧୮ ଜାନୁଆରୀ ମାସରେ ସଦର ଥାନାରେ ନିର୍ମାଣାଧୀନ ରାଜେଶ ଠାକୁରଙ୍କ ବ୍ରିଜକୁ ଉଡ଼ାଇଥିଲେ ଲାଲବାହିନୀ। ଘଟଣା ପରେ ସିଆରପିଏଫ ଓ ପୁଲିସ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଛି।