ଆକାଶ ମାର୍ଗରୁ ହମଲା ଯୋଜନା, ୧୮ରେ ବନ୍ଦ ଡାକରା ଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସମେତ ପଡୋଶୀ ଛତିଶଗଡରେ ଜାରି ରହିଛି ନକ୍ସଲ ନିପାତ ଅଭିଯାନ। ଏମିତି ସମୟରେ କେବଳ ସ୍ଥଳ ଭାଗରେ ନୁହେଁ ଆକାଶମାର୍ଗରୁ ବି ଆକ୍ରମଣ କରିବ ବୋଲି ମଧ୍ୟ ଜଣାପଡ଼ିଛି। ତେବେ କେବେ ଏବଂ କେଉଁ ଅଞ୍ଚଳରେ, କେମିତି ଆକାଶ ମାର୍ଗରୁ ହମଲା ହେବ ସେନେଇ ଛତିଶଗଡ ପୁଲିସ ତରଫରୁ କୌଣସି ସୂଚନା ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। କିନ୍ତୁ ରାଜ୍ୟ ସରକାର ଆକାଶ ମାର୍ଗରୁ ହମଲା ନେଇ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାପଡିଛି। ଯାହାକୁ ନେଇ ମାଓ ସଂଗଠନ ଏବେ ଭୟଭୀତ ଅବସ୍ଥାରେ ରହିଛି। ସମ୍ଭାବ୍ୟ ଆକାଶମାର୍ଗରୁ ହମଲାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ ତାରିଖ ଦିନ ବସ୍ତର ବନ୍ଦ ପାଇଁ ଡାକରା ଦେଇଛନ୍ତି ନକ୍ସଲ।

ଏପରିକି କିଛି ସ୍ଥାନରେ ଯାତାୟାତକୁ ପ୍ରଭାବିତ ପାଇଁ ରାସ୍ତକୁ ଖୋଲି ଦେଇଛନ୍ତି ମାଓବାଦୀ। ଅନ୍ୟପଟେ ସୁକମା ଜିଲ୍ଲାର ବିଭିନ୍ନ ଜଂଗଲ ଉପରେ ଏମଆଇ-୧୭ ହେଲିକପ୍ଟର ବୁଲୁଥିବା ମଧ୍ୟ ଜଣାପଡିଛି। ବାୟୁସେନାର ଏହି ହେଲିକପ୍ଟର ଯୋଗେ କିଭଳି ଆକ୍ରମଣ କରାଯିବ ସିଆରପିଏଫ, କୋବ୍ରା, ଡିଆରଜି, ଏସଟିଏଫ ଯବାନ ତାଲିମ ମଧ୍ୟ ନେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର