ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ପ୍ରଜାମେଳି : ୩ ଲଞ୍ଚ୍‌କୁ ୨୪ ଘଣ୍ଟା ଅଟକାଇଲେ

ମାଲକାନଗିରି/ଚିତ୍ରକୋଣ୍ଡା :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ପୁଣି ନକ୍ସଲଙ୍କ ଗତିବିଧି ବଢ଼ିଛି। ଏହି ଅଞ୍ଚଳକୁ ଯାଇଥିବା ୩ଟି ବୋଟ୍‌କୁ ୨୪ ଘଣ୍ଟା ଅଟକ ରଖି ପରେ ଛାଡ଼ି ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ନକ୍ସଲମାନେ ବିପ୍ଳବୀ ଚାଷୀ ମୂଲିଆ ଆଦିବାସୀ ସଂଘ ନଁାରେ ବୈଠକ କରିଥିଲେ। ବୈଠକରେ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ। ଏହାପରେ ସେଠାକୁ ଲୋକଙ୍କୁ ନେଇ ଯାଇଥିବା ଲଞ୍ଚ୍‌କୁ ଅଟକ ରଖିଥିଲେ। ୨୪ ଘଣ୍ଟା ପରେ ବ୍ୟାନର୍‌, ପୋଷ୍ଟର୍‌ ମାରି ଛାଡ଼ି ଦେଇଥିଲେ। ପୁଲିସ୍‌ ପୋଷ୍ଟର, ବ୍ୟାନର୍‌କୁ ଜବତ କରିବା ସହିତ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ମାଲକାନଗିରିରେ ବିପ୍ଳବୀ ଚାଷୀ ମୂଲିଆ ଆଦିବାସୀ ସଂଘ ନଥିବା ବେଳେ ଏହାକୁ କିଏ କରିଛି ଏବଂ କାହିଁକି କରିଛି ତାହା ଉପରେ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର