କୃଷି ଆଇନ ବିରୋଧରେ ଚିଠି ଜାରି କଲେ ମାଓବାଦୀ

ମାଲକାନଗିରି/ଚିତ୍ରକୋଣ୍ଡା: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କୁ ସମର୍ଥନ ଜଣାଇ ନକ୍ସଲ୍‌ପନ୍ଥୀମାନେ ଏକ ଚିଠି ଜାରି କରିଛନ୍ତି।

ମୋଦୀ ସରକାର ପ୍ରଣୟନ କରିଥିବା କୃଷି ଆଇନ ବିରୋଧରେ ଦୀର୍ଘ ଏକମାସରୁ ଅଧିକ ଦିନ ହେବ ଚାଲି ଆସୁଥିବା କୃଷି ଆନ୍ଦୋଳନକୁ ମାଓବାଦୀ ଦଳ ସମ୍ପୂର୍ଣ୍ଣ ସମର୍ଥନ କରିବା ନିମନ୍ତେ ମାଓ ସଙ୍ଗଠନ ‘ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେସାଲ୍‌ ଜୋନାଲ୍‌ କମିଟି’ (ଏଓବିଏସ୍‌ଜେଡ୍‌ସି) ନିଷ୍ପତ୍ତି ନେଇଛି।

‘ଏଓବିଏସ୍‌ଜେଡ୍‌ସି’ର ସଚିବ ଗଣେଶ ଅଭିଯୋଗ କରିଛନ୍ତି ଯେ, ବିଜେପି ଏବଂ ଆର୍‌ଏସ୍‌ଏସ୍‌ ଆଇଟି ପ୍ରଫେସ୍‌ନାଲ୍‌ମାନେ ମିଥ୍ୟା ତଥ୍ୟ ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏଯାବତ୍‌ ଏହି ଆନ୍ଦୋଳନରେ ଭାଗ ନେଇ ସହିଦ ହୋଇଥିବା ଏବଂ ଆତ୍ମହତ୍ୟା କରିଥିବା ୪୦ରୁ ଅଧିକ କୃଷକମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

କୃଷି ବିପ୍ଳବର ସଫଳତା, ଗଣତାନ୍ତ୍ରିକ ବିପ୍ଳବର ସଫଳତା ସହ କୃଷି ସଙ୍କଟ ଦୂର କରିବାର ଆଉ ଏକ ଉପାୟ ଅଛି। ବିପ୍ଳବ ହେଉଛି ଭାରତ ଗଠନର ଏକ ଅଂଶବିଶେଷ। ଆତ୍ମହତ୍ୟା ଏହାର ସମାଧାନ ନୁହେଁ, ବରଂ ଦେଶରୁ ପୁଞ୍ଜିପତିଙ୍କୁ ହଟାଇବା ଆମର ଲକ୍ଷ୍ୟ ବୋଲି ଗଣେଶ କହିଛନ୍ତି।

ସମ୍ବନ୍ଧିତ ଖବର