ଭବାନୀପାଟଣା: ପୁଣି କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ମାଓବାଦୀ। ସେମାନେ ଘଟାଇଛନ୍ତି ଏକ ନାରକୀୟ କାଣ୍ଡ। ପୁଲିସ୍ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚକୁଲ ଗାଁର ଲାଲବତି ମାଝୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।
ସୂଚନା ଅନୁଯାୟୀ, ମାଓବାଦୀମାନେ ଗତକାଲି ଲାଲବତି ମାଝୀ ନିଜ ଘରେ ଶୋଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଉଠାଇ ନେଇ କଟଳାଙ୍ଗ ଗାଁ ନିଜଟରେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ସେମାମାନେ କିଛି ପୋଷ୍ଟର ମାରିଛନ୍ତି।
ପୁଲିସ୍କୁ ଖବର ଦେଉଥିବାରୁ ଲାଲବତିଙ୍କୁ ଦଣ୍ଡ ଦିଆଯାଇଥିବା ସେମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏହା ସହିତ ସେହି ଅଞ୍ଚଳରେ ଆଉ କିଛି ଲୋକ ପୁଲିସ୍ ଇନଫର୍ମର ଭାବେ କାମ କରୁଛନ୍ତି ବୋଲି ନକ୍ସଲମାନେ ଉଲ୍ଲେଖ କରିବା ସହିତ ସେମାନଙ୍କୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛନ୍ତି। ବଂଶଧର ଘୁମୁସର ନାଗାବଳି ଡିଭିଜନ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି ପକ୍ଷରୁ ଏହି ପୋଷ୍ଟର ମାରି ଚେତାବନୀ ଦିଆଯାଇଛି। ଏନେଇ ଏହି ଘଟଣା କେବଳ କଳାହାଣ୍ଡିରେ ନୁହେଁ, ବରଂ ପଶ୍ଚିମ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଏହି ଘଟଣାକୁ ନେଇ ପୁଲିସ ପକ୍ଷରୁ ବି ସ୍ପଷ୍ଟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ମୃତକ ଲାଲବତିଙ୍କ ଭାଣିଜୀ କୁନି ମାଝୀ ଜଣେ କୁଖ୍ୟାତ ମାଓବାଦୀ। ସେ ଦୀର୍ଘଦିନ ଧରି ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି। କୁନିଙ୍କ ପ୍ରରୋଚନାରେ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Naxal-Killed-a-Man_Thumbnail.jpg)