ରାଉରକେଲା: ଓଡ଼ିଶା -ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏମିତି ଘଟଣା ଘଟିଛି। ମୃତକ ହେଲେ ମେନସନ ଭେଙ୍ଗରା (୩୦)।

Advertisment

ମାଓବାଦୀ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିଲା। ସେଠାରେ ମାଓବାଦୀ ନକ୍ସଲ ପୋଷ୍ଟର ଛାଡ଼ି ଯାଇଛନ୍ତି। ମୃତ ଯୁବକ ମାଓବାଦୀ ନାଁରେ ଚାନ୍ଦା ମାଗି ଗତ ୨୦୨୩ ମେ ମାସରେ ଜେଲ ଯାଇଥିଲେ। ଗତ ଦୁଇ ମାସ ତଳେ ଜେଲରୁ ବାହାରିଥିଲେ। ସିଆରପିଏଫ ଓ ଝାରଖଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।