ନୂଆପଡ଼ା: ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ନିର୍ମମ ହତ୍ୟା କରିଛନ୍ତି। ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାଣି ଗ୍ରାମରେ ମାଓବାଦୀମାନେ ଏହି କାଣ୍ଡ ଭିଆଇଛନ୍ତି। ଗାଁ ଦାଣ୍ଡରେ ଗୁଳି କରି ହତ୍ୟାକାଣ୍ଡ ଭିଆଇଥିବା ବେଳେ ଘଟଣାସ୍ଥଳରୁ ମାଓ ପୋଷ୍ଟର ମିଳିଛି।
ପଡ଼ୋଶୀ ଛତିଶଗଡ଼ ରାଜ୍ୟର ନାଗରାରା ଗ୍ରାମର ଅନନ୍ତରାମ ରାଉତ ନାମକ ଜଣେ ବ୍ୟକ୍ତି ଢେକୁନପାଣି ଗ୍ରାମରେ ଦୀର୍ଘ ବର୍ଷ ଧରି ରହିଆସୁଥିଲେ। ତାଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ତାଙ୍କ ଢେକୁନପାଣି ଗ୍ରାମ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ। ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଛାଡ଼ି ଯାଇଛନ୍ତି। ଲାଲ ରଙ୍ଗରେ ପୋଷ୍ଟରେ ପୁଲିସ ଇନଫର୍ମର କାମ କରୁଥିବା ବ୍ୟକ୍ତିଙ୍କୁ ଏଭଳି ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି। ସେହିପରି ପୁଲିସ ଇନଫର୍ମର କାମ ଛାଡିବାକୁ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/d0a02d9e-f1bf-4ff6-9043-5a2d2ca7915d.jpg)