ରାୟଗଡ଼ା: ଆଜି କଲ୍ୟାଣସିଂହପୁର ତହସିଲ୍ ଅଫିସ୍ରେ ମାଓବାଦୀମାନେ ପୁଣି ଦୁଇଟି ପୋଷ୍ଟର୍ ମାରିଥିବାର ଦେଖାଯାଇଛି। ରାୟଗଡ଼ା ଏରିଆ କମିଟିର ସିପିଆଇ ମାଓନେତା ଏହି ପୋଷ୍ଟର୍ ମାରିଛନ୍ତି।
ନିୟମଗିରି ଅଞ୍ଚଳରେ ପୁଲିସ ଇନ୍ଫର୍ମର୍ ନ ରଖିବା ଏବଂ କୁମ୍ବିଂ ଅପରେସନ୍ ବନ୍ଦ କରାଇବା କଥା ଏହି ପୋଷ୍ଟର୍ରେ ଉଲ୍ଲେଖ ଅଛି। ଗୁଇନ୍ଦା ବିଭାଗରେ ନକ୍ସଲ୍ ବିରୋଧରେ କାମ କରୁଥିବା ସୁରେଶ କୁମାର ବଳ ଓ ଅଜିତ ପାଢ଼ୀ, ରାଜୁ ଗୌଡ଼ଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ହାଟ ଦହିଖାଲ ଅଞ୍ଚଳରେ ସିଆର୍ପିଏଫ୍ କ୍ୟାମ୍ପ୍ ନିର୍ମାଣକୁ ମଧ୍ୟ ଏଥିରେ ବିରୋଧ କରାଯାଇଛି। ଚାଷୀଙ୍କୁ ଋଣ ଛାଡ଼ କରିବା, ବେଦାନ୍ତ କମ୍ପାନିକୁ ହଟାଇବା, ନିୟମଗିରି ଅଞ୍ଚଳରେ ଠିକାଦାର ଓ ଦଲାଲଙ୍କୁ ରାସ୍ତାଘାଟ ନିର୍ମାଣ କାମ ବନ୍ଦ ରଖିବାକୁ ଏହି ପୋଷ୍ଟର୍ରେ କୁହାଯାଇଛି। ପୁଲିସ ଏହି ପୋଷ୍ଟର୍କୁ କାଢ଼ି ନେଇ ଯାଇଛି।
କଦମ୍ବଦ୍ୱାର ସାହି ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସାଇ ନଗର ଛକରେ ମଧ୍ୟ ଦୁଇଟି ମାଓ ପୋଷ୍ଟର୍ ଲାଗିଛି।