କଲ୍ୟାଣସିଂହପୁର: ବଂଶଧାରା ଘୁମୁସର ନାଗବଳୀ ଡିଭିଜନାଲ କମିଟି ସିପିଆଇ(ମାଓବାଦୀ) ପକ୍ଷରୁ ଏକ ପ୍ରେସ ବିବୃତି ବିଭିନ୍ନ ଗଣମାଧ୍ୟମକୁ ଡାକ ଯୋଗେ ମିଳିଛି। ଏଥିରେ ଡିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ନିବେଦନ କରିଛନ୍ତି ମାଓବାଦୀ।

Advertisment

ଏଥିରେ ଉଲ୍ଲେଖ ରହିଛି ଯେ ଜନମୁକ୍ତି ଗରିଲା ସେନା ୨ ହଜାର ମସିହା ଡିସେମ୍ବର ୨ରେ ପ୍ରତିଷ୍ଠା ହୋଇଥିଲା।ପିଏଲଜିଏ ହେଉଛି ଗରିବ ଶୋଷିତ ଲୋକଙ୍କ ସେନା। ପିଏଲଜିଏରେ ଯୋଗ ଦିଅନ୍ତୁ। ସାମ୍ରାଜ୍ୟବାଦ, ସାମନ୍ତବାଦ ଓ ଦଲାଲ ଅମଲାତାନ୍ତ୍ରିକ ପୁଞ୍ଜିପତି ଶୋଷଣ ଶାସକକୁ ଧ୍ବଂସକରି ନୂଆ ଗଣତାନ୍ତ୍ରିକ ବିପ୍ଳବକୁ ସଫଳତା କରିବା ପାଇଁ ଦେଶରୁ ଗରିବ ବେରୋଜଗାରି ଧନୀ ଦରିଦ୍ର ଅସମାନତା ଶେଷ କରି ପିଏଲଜିଏରେ ଯୋଗ ଦିଅନ୍ତୁ। ବ୍ରାହ୍ମଣୀୟ ହିନ୍ଦୁ ଫାସିବାଦ ବିରୁଦ୍ଧରେ ଲଢେଇ ଜୋରଦାର କରନ୍ତୁ। କୃଷକ ହାତରେ ଜମି ଆଦିବାସୀଙ୍କୁ ଜଳ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ କରନ୍ତୁ। ମହିଳା ସୁରକ୍ଷା ଅସମ୍ମାନରୁ ମୁକ୍ତି ପାଇଁ ଯୁବତୀମାନେ ପିଏଲଜିଏରେ ଯୋଗ ଦିଅନ୍ତୁ।

publive-image

କମ୍ପାନି ଶୋଷଣ ଲୁଣ୍ଠନ ଓ ବିସ୍ଥାପନ ବିରୁଦ୍ଧରେ କରିବା ପାଇଁ ଏବଂ ପରିବେଶ ସୁରକ୍ଷା ପାଇଁ ପିଏଲଜିଏ ରେ ଯୋଗ ଦିଅନ୍ତୁ। ଦରଦାମ ବୃଦ୍ଧି ରୋକିବା ପାଇଁ ଜନଯୁଦ୍ଧ ଓ ଗରିଲା ଯୁଦ୍ଧରେ ସାମିଲ ହୁଅନ୍ତୁ। ବିପ୍ଳବ ବିନା ମୁକ୍ତି ନାହିଁ, କମ୍ପାନି ଦଲାଲ ମୋଦୀ ଓ ନବୀନ ସରକାରଙ୍କୁ ବିରୋଧ କରନ୍ତୁ। ବନବାସୀ ଓ ଆଦିବାସୀ ବିରୋଧୀ ଫରେଷ୍ଟର କନଜର୍ସନ ଆଇନ ୨୦୨୨କୁ ବନ୍ଦ, ଜଙ୍ଗଲ ଅଧିକାର ଅନୁସାରେ ଗ୍ରାମସଭାକୁ ଅଧିକାର,ଉଭୟ ସରକାର ୨୧୮ଲକ୍ଷ ଟଙ୍କା ଦେଶରୁ ଲୁଟିଥିବା ଉଲ୍ଲେଖ ରହିଛି।

ନବୀନ ସରକାର କାଳିଆ ବଳିଆ ମମତା ଭତ୍ତା ଟଙ୍କା କିଆ ଚାଉଳ ରାସ୍ତାଘାଟ ଓ ଅନ୍ୟାନ ଯୋଜନାରୁ ୫୦ ହଜାର ଲକ୍ଷ ଟଙ୍କା ହୋଇଥିବା ବେଳେ ଲୋକଙ୍କ ପାଖରେ ପହଁଚୁନାହିଁ। ତେଣୁ ଦଳିତ ଆଦିବାସୀ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଓ ମଦ ବନ୍ଦ କରାଯାଉ। ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ୩ହଜାର ଟଙ୍କା ଷ୍ଟାଇପେଣ୍ଡ ଦିଆଯାଉ।