ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତ ଅନ୍ତର୍ଗତ ବଡଡେଙ୍ଗୁଣି ଗ୍ରାମର ବଲି କରକରିଆ, ତେଲା କରକରିଆ, ନେପାଳ ଟାକ୍ରୀ ଓ ହର ଟାକ୍ରୀଙ୍କୁ ନକ୍ସଲ ଛାଡି ଦେଇଥିବା ଜଣାପଡିଛି। ନକ୍ସଲ ସଂଗଠନ ପକ୍ଷରୁ ଏକ ପ୍ରଜାକୋର୍ଟର ଆୟୋଜନ କରାଯାଇ କିଛି ସର୍ତ୍ତ ରଖି ଛାଡିଦେଇଥିବା ସୂଚନା ମିଳିଛି। ଆଜି ସକାଳେ ସେମାନେ ନିଜ ନିଜ ଘରେ ପହଞ୍ଚିଥିବା ଖବର ମିଳିଛି। ଏହି ଖବରପାଇ କିଛି ଗଣମାଧ୍ୟମ ପ୍ରତିନିଧି ଉକ୍ତ ଗ୍ରାମକୁ ଯାଇଥିବା ବେଳେ ଗାଁ ପୁରୁଷଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ସେଠାରୁ ଆସି ଏସଡିପିଓ ଅନନ୍ତ ଚରଣ ମଲ୍ଲିକଙ୍କୁ ପଚାରିବାରୁ ଆଜି ସକାଳେ ୪ଜଣ ନିଜ ନିଜ ଘରେ ସୁରକ୍ଷିତ ଅବସ୍ଥାରେ ପହଞ୍ଚିଥିବା କହିଛନ୍ତି। କିନ୍ତୁ ଅପହୃତ ମାନେ କିମ୍ବା ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ସୂଚନା ଦିଆଯାଇନାହିଁ।
ଅପହୃତ ୪ଜଣ ମୁକୁଳିଲେ
/sambad/media/post_attachments/wp-content/uploads/2017/11/muni-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)