ମାଲକାନଗିରି : ଗତ ମାର୍ଚ୍ଚ ୨୧ ତାରିଖ ଦିନ ସୀମାନ୍ତ ଛତିଶଗଡ଼ ରାଜ୍ୟର ମୀନପା ଜଙ୍ଗଲରେ ଯବାନଙ୍କୁ ହତ୍ୟା କରି ବନ୍ଧୁକ ଲୁଟ୍ କରିବା ଘଟଣାର ଭିଡିଓ ଜାରି କରି ନିଜ ପାରିବାପଣିଆକୁ ଜାହିର କରିଛନ୍ତି ମାଓ ସଂଗଠନ । ଘଟଣା ଦିନ ନକ୍ସଲ ଆମ୍ବୁସ୍ ଲଗାଇ ୧୭ ଜଣ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କଠାରୁ ବନ୍ଧୁକ ଲୁଟି ନେଇଥିଲେ । ଏହି ଘଟଣା ସମୟରେ ନକ୍ସଲ ଭିଡିଓ ଉଠାଇବାକୁ ବି ପଛାଇ ନଥିଲେ । ଘଟଣା ଦିନ କିଭଳି ନକ୍ସଲ ଓ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା ଏହାର ଭିଡିଓ ବି ଉତ୍ତୋଳନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦଣ୍ଡକାରଣ୍ୟ କିମିଟି ପକ୍ଷରୁ ଏହି ଭିଡିଓ କରାଯାଇଥିବା ୧୨ ମିନିଟର ଏହି ଭିଡିଓରେ ଗୁଳି ବିନିମୟର ଦୃଶ୍ୟ ସାଂଗକୁ ଗୁଳି ମାଡ଼ରେ ଯବାନମାନେ ଟଳି ପଡ଼ିବା ବେଳର ଦୃଶ୍ୟକୁ ବି ଉତ୍ତୋଳନ କରାଯାଇଛି। ଏହାପରେ ଶତାଧିକ ନକ୍ସଲ ଏକତ୍ରିତ ହୋଇ ଶୋଭାଯାତ୍ରା କରିବା ସହ ନାଚଗୀତରେ ବି ମସ୍ଗୁଲ ହୋଇଛନ୍ତି ଏବଂ କିଭଳି ଯବାନମାନଙ୍କୁ ଆମ୍ବୁସ୍ରେ ଫସାଇଛନ୍ତି ତାହା ପ୍ରଦର୍ଶନ କରାଇବା ସହ ଗ୍ରାମକୁ ଯାଇ କିଭଳି ଗ୍ରାମବାସୀଙ୍କ ଖାଦ୍ୟ ଖାଉଛନ୍ତି ତାହା ବି ଦେଖାଯାଇଛି। ଏହି ଭିଡିଓରେ ଗ୍ରାମବାସୀ ନକ୍ସଲଙ୍କୁ ସମର୍ଥନ କଲା ଭଳି ପ୍ରଦର୍ଶିତ କରାଯାଇଛି। ଜଳ, ଜଂଗଲ ଓ ଜମି ପାଇଁ ମାଓ ସଂଗଠନ ଲଢ଼େଇ କରୁଥିବା କହିବା ସହ ତୁରନ୍ତ ପୁଲିସ ଚାକିରି ଛାଡ଼ି ଯବାନ ନିଜ ନିଜ ଅଂଚଳକୁ ଫେରି ଯାଆନ୍ତୁ ବୋଲି ଚେତାବନୀ ଦିଆଯାଇଛି। ନଚେତ୍ ସମସ୍ତେ ମରିବେ ବେଲି ଧମକ ଦିଆଯାଇଛି। ପୁଲିସଠାରୁ ଛଡ଼ାଇ ନେଇଥିବା ଅତ୍ୟାଧୁନିକ ଏକେ-୪୭, ଏସ୍ଏଲ୍ଆର, ୟୁବିଜିଏଲ, ଇନ୍ସାସ ରାଇଫଲ ସହ ୧୫୫୦ଟି ଜୀବନ୍ତ ଗୁଳି ପ୍ରଦର୍ଶନ କରାଯାଇଛି। ଏହି ଭିଡିଓରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିରୋଧ କରିବା ସହ ପୁଲିସ ଅତ୍ୟାଚାର ସଂପର୍କରେ କୁହାଯାଇଛି। ବିଜୟ କୁମାରଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିବାରୁ ବିରୋଧ କରାଯିବା ସହ ‘ଅପରେସନ ପ୍ରହାର’କୁ ଅସଫଳ କରିବା ପାଇଁ ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟାଇବା ନେଇ ସୂଚନା ଦେଇଛନ୍ତି। ଏହି ଏନ୍କାଉଣ୍ଟରରେ ତିନି ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବିଷୟକୁ ମଧ୍ୟ ସ୍ବୀକାର କରିଛନ୍ତି।