ମାଓ ସହଯୋଗୀ ଜେଲ୍‌ ଗଲା

ପାଟଣାଗଡ଼ : ମାଓବାଦୀମାନଙ୍କ ସହ ସମ୍ପୃକ୍ତ ରହି ସେମାନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ପାଟଣାଗଡ଼ ଉପଖଣ୍ଡ ଲାଠୋର ତାନା ଅନ୍ତର୍ଗତ ଜାଲବାହାଲ ଗାଁର ଦୁର୍ଯୋଧନ ବରିହା (୪୦ ବର୍ଷ) ଜେଲ୍‌ ଯାଇଛି।

ପୁଲିସର କହିବା ଅନୁସାରେ, ଜାଲବାହାଲ ଗାଁର ‌ଦୁ‌ର୍ଯୋଧନ ବଲାଙ୍ଗୀର- ବରଗଡ଼- ମହାସମୁନ୍ଦ ଡିଭିଜନ ମାଓ ସଙ୍ଗଠନର ସଦସ୍ୟମାନଙ୍କ ସହ ସମ୍ପର୍କ ରକ୍ଷା କରୁଥିବା ନେଇ ସୂଚନା ମିଳିଥିଲା। ସେ ୨୦୧୩ ମସିହାରୁ ବେନ୍ଦେର, ଚାନ୍ଦେଲ ଏବଂ ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ମାଓବାଦୀମାନଙ୍କୁ ରାସନ ସାମଗ୍ରୀ, ଔଷଧ, ଆଶ୍ରୟ ତଥା ଚିକିତ୍ସା ସୁବିଧା ଯୋଗାଉଥିଲା। ବିବିଏମ୍‌ ଡିଭିଜନ ମୁଖ୍ୟ ବିକାଶ ଓରଫ ସୁଦର୍ଶନକୁ ବିଭିନ୍ନ ସାମଗ୍ରୀ ତଥା ଅର୍ଥ ଯୋଗାଉଥିଲା। ଏହା ସହିତ ୨୦୧୯ରେ ତ୍ରିଲୋଚନ ତରିଆ ହତ୍ୟାକାଣ୍ଡ ସହ ଅନ୍ୟ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲା। ଗୁଇନ୍ଦା ସୂଚନା ଆଧାର‌ରେ ପାଟଣାଗଡ଼ ଓ ଲାଠୋର ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଦୁର୍ଯୋ‌ଧନ ଘରୁ ବହୁ ବୁଲେଟ, ମାଓ ପୋଷ୍ଟର, ବ୍ୟାନର ଜବତ କରା ଯାଇଛି। ବୁଧବାର ସନ୍ଧ୍ୟାରେ ଲାଠୋର ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବ‌ୋଲି ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର