ଭୁବନେଶ୍ୱର : ରାଜ୍ୟରେ ସାମୁଦ୍ରିକ ଅଞ୍ଚଳ ଓ ବନ୍ଦରଗୁଡ଼ିକର ନିୟନ୍ତ୍ରଣ ପାଇଁ ମ୍ୟାରିଟାଇମ୍ ବୋର୍ଡ ଗଠନ କରାଯିବ । ଏଥିଲାଗି ବିଧାନସଭାରେ ଏକ ବିଧେୟକ ଆଗତ କରାଯିବ ଏବଂ ଏହା ଗୃହର ଅନୁମୋଦନ ଲାଭ କରିବା ପରେ ଏହି ପ୍ରସ୍ତାବିତ ବୋର୍ଡ ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ, ଏହି ପ୍ରସ୍ତାବିତ ବୋର୍ଡକୁ ଆର୍ଥିକ କ୍ଷମତା ଦିଆଯିବ । ବନ୍ଦରଗୁଡ଼ିକରୁ ସଂଗୃହୀତ ରାଜସ୍ୱ ଏହି ବୋର୍ଡ ପାଖକୁ ଯିବ । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ ଗଠନ କରାଯିବ ଏବଂ ଏଥିରେ ୧୨ଜଣ ସଦସ୍ୟ ରହିବେ । ଆଜିର କ୍ୟାବିନେଟ୍ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ମୋଟ ୬ଟି ପ୍ରସ୍ତାବ ମନ୍ତ୍ରିମଣ୍ଡଳରେ ଅନୁମୋଦନ ଲାଭ କରିଛି ।