ଜଗତସିଂହପୁର: ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ର ୨୫ ଜଣ ଟ୍ରେନି ଆଇପିଏସ୍ ଆଜି ପାରାଦୀପ ଠାରେ ସାମୁଦ୍ରିକ ସୁରକ୍ଷା ତାଲିମ ନେଇଛନ୍ତି। ତଟରକ୍ଷକ ଜିଲ୍ଲା ମୁଖ୍ୟାଳୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏସ୍ମାନଙ୍କୁ ଭାରତୀୟ ତଟରକ୍ଷକର ଭୂମିକା ଓ ଦାୟିତ୍ୱ ବିଷୟରେ ସଂକ୍ଷିପ୍ତ ସୂଚନା ଦିଆଯାଇଥିଲା। ଭାରତୀୟ ତଟରକ୍ଷକ ପାରାଦୀପରେ ଥିବା ସାମୁଦ୍ରିକ ଉଦ୍ଧାର ଉପକେନ୍ଦ୍ର, ସୁଦୂର ସଂଚାର କେନ୍ଦ୍ର ଓ ସଂଚାର କକ୍ଷର କାର୍ଯ୍ୟାନୁଷ୍ଠାନ ପ୍ରଣାଳୀ ବିଷୟରେ ଅବଗତ କରାଯିବା ସହିତ ତଟରକ୍ଷକ ଜାହାଜରେ ମଧ୍ୟ ଭ୍ରମଣର ବ୍ୟବସ୍ଥା କରାଯାଇଥିଲା। ସମୁଦ୍ରରେ ଭାରତୀୟ ତଟରକ୍ଷକ ଦ୍ୱାରା ବିଭିନ୍ନ ମିସନ୍ ସମ୍ବନ୍ଧରେ, ଯଥା ସନ୍ଦିଗ୍ଧ ଜାହଜଗୁଡ଼ିକର ତଦନ୍ତ, ବୋର୍ଡିଂ ପ୍ରକ୍ରିୟା, ଖୋଜିବା ଏବଂ ଉଦ୍ଧାର, ସାମୁଦ୍ରିକ ପ୍ରଦୂଷଣ ପ୍ରତିକ୍ରିୟା ଓ ସମୁଦ୍ରରେ ସଚେତନତା ପ୍ରୟାସ ବିଷୟରେ ଅବଗତ କରାଯାଇଥିଲା। ଏହି ଅବସରରେ ଟ୍ରେନି ଆଇପିଏସ୍ଙ୍କୁ ଭାରତୀୟ ତଟ ରକ୍ଷକ ଅଧିକାରୀ ଓ କର୍ମଚାରୀଙ୍କ ସହ ବାର୍ତ୍ତା ଆଦାନ ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp