ଭୁବନେଶ୍ବର : ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ସାଢେ ୯ କିଲୋଗ୍ରାମ ଓଜନର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ଚାଲାଣ କରୁଥିବା ୨ ଭାରତୀୟ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ କୋଟି ଟଙ୍କା ହେବା ଅନୁମାନ କରାଯାଉଛି ।

Advertisment

ଭୁବନେଶ୍ବର କଷ୍ଟମ୍ସ କମିସନରେଟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୪ ତାରିଖ ଶନିବାରଦିନ କ୍ବାଲାଲୁମ୍ପୁରରୁ ଫେରୁଥିବା  କଷ୍ଟମ୍ସ ଅଧିକାରୀମାନଙ୍କ ଦ୍ବାରା ୨ ଜଣ ଭାରତୀୟ ମହିଳାଙ୍କ ବ୍ୟାଗେଜ୍ ଯାଞ୍ଚ ବେଳେ ୧୯ଟି ପ୍ୟାକେଟ୍ ଜବତ କରାଯାଇଥିଲା । ଉକ୍ତ ପ୍ୟାକେଟ ଗୁଡ଼ିକରୁ ମିଳିଥିବା ସାମଗ୍ରୀର ପରୀକ୍ଷାରୁ ତାହା ହାଇଡ୍ରୋପୋନିକ୍ ଗଞ୍ଜେଇ ବୋଲି ଜଣାପଡ଼ିଥିଲା । ସେମାନଙ୍କଠାରୁ ମୋଟ ୯.୫୨୪ କିଲୋଗ୍ରାମ ହାଇଡ୍ରୋପୋନିକ ଗଞ୍ଜେଇ ଜବତ ହୋଇଛି । ଉଭୟ ମହିଳାଙ୍କୁ ଏନଡିପିଏସ ଆଇନ ୧୯୮୫ ଅନୁସାରେ ଗିରଫ କରିବା ପରେ ରିମାଣ୍ଡ ପାଇଁ ମାଜିଷ୍ଟ୍ରେଟଙ୍କ ସାମନାରେ ହାଜିର କରାଯାଇଛି । 

ganza1

ହାଇଡ୍ରୋପୋନିକ୍ ଗଞ୍ଜେଇ ସେହି ଗଞ୍ଜେଇ ଗଛକୁ ବୁଝାଏ ଯାହା ବିନା ମାଟିରେ କେବଳ ଜଳ-ଭିତ୍ତିକ ପୋଷକ ଦ୍ରବଣ ବ୍ୟବହାର କରି ଚାଷ କରାଯାଏ । ଏହି ପଦ୍ଧତିରେ ଗଛର ଚେରକୁ ସିଧାସଳଖ ପୋଷକ ତତ୍ତ୍ୱ ଯୁକ୍ତ ପାଣିରେ ରଖାଯାଏ, ଯାହା ଦ୍ୱାରା ଗଞ୍ଜେଇ ଗଛ ଶୀଘ୍ର ବଢିଥାଏ ଓ ଅଧିକ ଅମଳ ଦେଇଥାଏ । ଏକ ନିୟନ୍ତ୍ରିତ ପରିବେଶରେ ଏହି ଚାଷ କରାଯାଏ ।