ଧାମରା ମୁହାଣରୁ ଧରା ହେଲା ସବୁଠୁ ଦ୍ରୁତଗାମୀ ମାଛ ମାର୍ଲିନ

ଚାନ୍ଦବାଲି: ବଙ୍ଗୋପସାଗରର ଧାମରା ମୁହାଣରୁ ମାର୍ଲିନ ନାମକ ବିରଳ ପ୍ରଜାତିର ମାଛ ଗତକାଲି ଧରାହୋଇଥିବା ସୁଚନା ମିଳିଛି ବିଶେଷ କରି ପ୍ରଶାନ୍ତ ମହାସାଗରରେ ଏହି ପ୍ରଜାତିର ମାଛ ଦେଖାଯାଇଥାଏ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ଏହି ମାଛଟି ଖାଦ୍ୟ ଅନ୍ବେଷଣରେ ଓଡ଼ିଶା ପୂର୍ବ ଉପକୂଳକୁ ଆସିଥିବା ସାମୁଦ୍ରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।  ମାର୍ଲିନ ମାଛ ବିଶେଷ କରି ଥଣ୍ଡା ଜଳବାୟୁ ଥିବା ଗଭୀର ସମୁଦ୍ର ଭିତରେ ବସବାସ କରିଥାଏ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ମାଛ ବେଶ ପରିଚିତ। ଧାମରା ଅଂଚଳର ତାରିଣୀ ନାମକ ଏକ ସୁନା ଟ୍ରଲର ଗଭୀର ସମୁଦ୍ର ମଧ୍ୟରୁ ଏହି ମାଛକୁ ଧରିଛନ୍ତି  ଚନ୍ଦିନପାଳରେ ।ପହଞ୍ଚିବା ପରେ କାନାଳୀଠାରେ ଏହି ମାଛକୁ ବରଫ ପ୍ୟାକିଂ କରାଯାଇ ବେଙ୍ଗଲ ପଠାଯାଇଛି । ଏହି ମାଛର ଲମ୍ବ ସାଢ଼େ ୪ଫୁଟ ହୋଇଥିବା ବେଳେ ଏହି ମାଛର ମୁହଁର ଲମ୍ବ ଦେଢ଼ ଫୁଟ।  ଏଭଳି ବିରଳ ପ୍ରଜାତିର ମାଛ ବହୁତ କମ ମିଳିଥାଏ ବୋଲି କୁହାଯାଉଛି।  ସାଢ଼େ ୪ଫୁଟର ଲମ୍ବ ଏହି ମାଛର ଓଜନ ପାଖାପାଖି ୧୦ କିଲୋଗ୍ରାମ ।

ମାର୍ଲିନ ମାଛ ସାଧାରଣତଃ ଦୁଇ ପ୍ରକାରର।   ଏହା ଘଣ୍ଟା ପ୍ରତି ୧୨୯ କିମି ବେଗରେ ଚଳାଚଳ କରିପାରେ ଏବଂ ବେଶ ଲମ୍ବା ଡ଼େଇଁ ପରେ ବୋଲି ବି କୁହାଯାଉଛି। ମାର୍ଲିନ ମାଛର ମାଢ଼ି ଖଣ୍ଡା ଭଳି ଲମ୍ବା । ବିଶେଷ କରି ଏହି ମାଛ ସୋଡ଼ ଫିସ୍ ପ୍ରଜାତିର ।ସମୁଦ୍ର ଉଷ୍ମସ୍ରୋତରେ ମଧ୍ୟ ଏହି ମାଛ ହଜାର ହଜାର କିଲୋମିଟର ପହଁରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର