କଟକରେ ଚାଞ୍ଚଲ୍ୟ : ବିବାହିତାଙ୍କୁ ଗଣଦୁଷ୍କର୍ମ, ଜଣେ ଦୁର୍ବୃତ୍ତକୁ ଟେକିନେଲା ପୁଲିସ

କଟକ : ଖାନନଗରର ପ୍ରେମନଗର ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବିବାହିତା ମହିଳାଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଗଣଦୁଷ୍କର୍ମ କରିଥିବା ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ମମାଲରେ ଜଣେ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଖାନନଗର ମଣିମନ୍ଦିର ନିକଟରେ ଥିବା ପ୍ରେମନଗର ବସ୍ତିରେ ଜଣେ ୩୮ବର୍ଷୀୟ ମହିଳା ରୁହନ୍ତି। ସ୍ୱାମୀ ତାଙ୍କୁ ଦୀର୍ଘଦିନ ହେବ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ମହିଳାଜଣକ ପର ଘରେ ବୁଲି ପାଇଟି କରି ନିଜ ଓ ଦୁଇଝିଅଙ୍କ ପେଟ ପୋଷନ୍ତି। ଝିଅ ଦୁହିଁଙ୍କ ସହିତ ସେ ପ୍ରେମନଗର ବସ୍ତିରେ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ସେ ଦୁଇ ଝିଅଙ୍କ ସହିତ ଘରେ ଶୋଇଥିବାବେଳେ ୩ ଜଣ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ନେଇ ପୀଡ଼ିତା ଓ ଦୁର୍ବୃତ୍ତଙ୍କ ଭିତରେ ପ୍ରବଳ ଧସ୍ତାଧସ୍ତି ବି ହୋଇଥିଲା। ଏଭଳି କାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡ଼ିତାଜଣକ ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଛନ୍ତି। ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାକୁ ଗୁରୁତର ସହିତ ଗ୍ରହଣ କରିଛି। ଆଜି ରାତିରେ ଏହି ମାମଲାରେ ସମ୍ପୃକ୍ତ ଜଣେ ଦୁର୍ବୃତ୍ତକୁ ପୁଲିସ ଉଠେଇ ନେଇ ଘଟଣା ସମ୍ପର୍କରେ ପଚରାଉଚରା ଚଳାଇଛି। ଆସନ୍ତାକାଲି ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର