ମୟୂରଭଞ୍ଜ: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଜୁନ୍ ୧୫ ତାରିଖରେ ଘଟିଥିବା ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ଏହି ଘଟଣାର ଚାରି ଦିନ ପରେ, ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ରାତିରେ ଆଉ ଏକ ଏଭଳି ଘଟଣା ରାଜ୍ୟରେ ଘଟିଛି। ଏଭଳି ଅପରାଧ ଲଗାତାର ଘଟୁଥିବାରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ପ୍ରଶ୍ନ ଉଠିଛି।
ବୁଧବାର ରାତିରେ ବାରିପଦା ସହରର ରାଜବାସା ଅଞ୍ଚଳରେ ଚାରି ଜଣ ଦୁର୍ବୃତ୍ତ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସ୍ୱାମୀ ଏ ସମ୍ପର୍କରେ ବାରିପଦା ସଦର ଥାନାରେ ଏକ ମାମଲା ଦାଏର କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରାତିରେ ଦୁର୍ବୃତ୍ତମାନେ ମହିଳାଙ୍କୁ ତାଙ୍କ ଘରୁ ଅପହରଣ କରି ନିକଟସ୍ଥ ଏକ ଘରକୁ ଜୋର ଜବରଦସ୍ତ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ରଜ ସମୟରେ ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ବୁଲିବାକୁ ଯାଇଥିଲେ। ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିଲେ।
Mayurbhanj | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/19/kidnapping-and-gang-rape-2025-06-19-08-48-55.jpg)