ଘରେ ପଶି ବିବାହିତା ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ

ବାରିପଦା: ବାରିପଦା ଟାଉନ୍‌ ଥାନା ଅଞ୍ଚଳରେ ଭଡ଼ା‌ଘରେ ରହୁଥିବା ଜଣେ ବିବାହିତା ମହିଳା(୨୫)ଙ୍କୁ ଗତକାଲି ରାତିରେ ଜଣେ ଯୁବକ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିବା ଆଜି ଅଭିଯୋଗ ହୋଇଛି। ପୀଡ଼ିତା ଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ୍‌ ଅଭିଯୁକ୍ତ ଯୁବକ ବାରିପଦା ପୌରାଞ୍ଚଳ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଶିବ ଶଙ୍କର ବାରିକ ଓରଫ ରକି(୨୪)କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ରକି ଗତକାଲି ରାତି ପ୍ରାୟ ୯ଟା ସମୟରେ ପୀଡ଼ିତାଙ୍କ ଘରେ ପଶିଥିଲେ। ମହିଳା ଜଣଙ୍କ ରୋଷେଇ କରୁଥିବା ବେଳେ ବଳପୂର୍ବକ ମହିଳାଙ୍କ ମୁହଁକୁ ବନ୍ଦ କରି ଦୁଷ୍କର୍ମ କରିଥିଲେ। ଚିତ୍କାର କଲେ ଜୀବନରୁ ମାରି ଦେବାର ଧମକ ଦେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଦୁଷ୍କର୍ମ କରି ଅଭିଯୁକ୍ତଜଣଙ୍କ ଦୌଡ଼ି ପଳାଇଥିଲା। ପରେ ପୀଡ଼ିତା ଏସମ୍ପର୍କରେ ପାଖ ପଡ଼ୋଶୀ ଭଡ଼ାଟିଆ ଓ ସମ୍ପର୍କୀୟାଙ୍କୁ ସୂଚନା ଦେଇଥିଲେ। ଏନେଇ ପିଡ଼ୀତା ଜଣଙ୍କ ସ୍ୱାମୀଙ୍କ ସହିତ ବିଚାର ବିମର୍ଷ କରିବା ପରେ ଆଜି ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟଯେ ପିଡ଼ୀତାଙ୍କ ସ୍ବାମୀ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରୁଥିବାରୁ ରାଜ୍ୟ ବାହାରେ ରୁହନ୍ତି । ଏହି ଘଟଣାରେ ଥାନାରେ ଆଇପିସି ଧାରା ୪୫୦, ୫୦୬, ୩୭୬ ଅନୁସାରେ କେସ୍‌ ନମ୍ବର ୯୬୨/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗର ମାତ୍ର ଅଧଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର