ଆଜି ପୈତୃକ ଗାଁକୁ ଫେରିବ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ଓଡ଼ିଆ ଯବାନଙ୍କ ମରଶରୀର

କେନ୍ଦୁଝର:  ମାଲକାନଗିରି ସୀମାନ୍ତ ଛତିଶଗଡ଼  ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମରଶରୀର ଆଜି ତାଙ୍କ ପୈତୃକ ଗାଁକୁ ଫେରିବ । ପ୍ରାଣ ହରାଇଥିବା ଓଡିଆ ଯବାନ ହେଉଛନ୍ତି କେନ୍ଦୁଝରର ଘସିପୁରା ଅଂଚଳର ନଦୁଆଁ ଗାଁର ବ୍ରଜମୋହନ ବେହେରା ।  ଖବର ପ୍ରକାଶ ପାଇବା ପରେ ଗାଁରେ ଏକ ପ୍ରକାର ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଶନିବାର ରୋଡ୍ ଅପନିଂ ଡ୍ୟୁରିରେ ବାହାରିଥିଲେ ୧୬୮ ବାଟାଲିଅନର ଯବାନ । ବୁଲେଟପ୍ରୁଫ୍ ଗାଡିରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ମାଓବାଦୀ ଖଂଜିଥିବା ଏକ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ହୋଇଥିଲା ।  ବିସ୍ଫୋରଣରେ ୫ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସିଆରପିଏଫର ବରିଷ୍ଠ ଅଧିକାରୀ ପହଁଚିବା ସହ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ସମ୍ବନ୍ଧିତ ଖବର