ମାରୁତ ଗଜପତି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି

ଭୁବନେଶ୍ବର : ଗଜପତି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ମାରୁତ ପାଳଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସେହି କ୍ରମରେ କେ.ଆପ୍ପା ରାଓଙ୍କୁ ଗଜପତି ଜିଲ୍ଲା ବିଜେଡି ଉପ-ସଭାପତି, ପ୍ରସନ୍ନ ରଇତ ଓ ସୁନେଶ ରଇତଙ୍କୁ ଗଜପତି ଜିଲ୍ଲା ବିଜେଡି ସଂପାଦକ, ଡି.ଜଗନ୍ନାଥ ରାଜୁଙ୍କୁ ବିଜୁ କୃଷକ ଜନତା ଦଳ ଗଜପତି ଜିଲ୍ଲା ସଭାପତି, ଏସ୍‌.ଲିଙ୍ଗରାଜୁଙ୍କୁ ବିଜୁ ଯୁବ ଜନତା ଦଳ ଗଜପତି ଜିଲ୍ଲା ସଭାପତି, ଲେଙ୍କା ସିମାଦ୍ରୀଙ୍କୁ ବିଜୁ ଯୁବ ଜନତା ଦଳ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ସନ୍ତୋଷ ଜେନାଙ୍କୁ ବିଜୁ ଯୁବ ଜନତା ଦଳ ଗଜପତି ଜିଲ୍ଲା ଉପ-ସଭାପତି, ଲଳିତ ମୋହନ ପାତ୍ରଙ୍କୁ ଗଜପତି ଜିଲ୍ଲା ଯୁବ ବିଜେଡି ସଂପାଦକଭାବେ ନିଯୁକ୍ତ କରାଯାଇଛି। ସେହିପରି କେ.ଶଙ୍କରଙ୍କୁ ଛାତ୍ର ବିଜେଡି ଗଜପତି ଜିଲ୍ଲା ସଭାପତି, ଜିୟୁଶ୍ୟା ମଣ୍ଡଳଙ୍କୁ ଛାତ୍ର ବିଜେଡି ଗଜପତି ଜିଲ୍ଲା ଉପ-ସଭାପତି, ଦେବ ସାହୁଙ୍କୁ ଛାତ୍ର ବିଜେଡି ଗଜପତି ଜିଲ୍ଲା ସଂପାଦକ, ସଂଯୁକ୍ତା ବେହେରାଙ୍କୁ ଗଜପତି ଜିଲ୍ଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି, ସୁରେନ୍ଦ୍ର ପାଳଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାପତି, ସୂର୍ଯ୍ୟ ନାରାୟଣ ରାଜଗୁରୁଙ୍କୁ ପାରଳାଖେମୁଣ୍ଡି ବିଜେଡି ନଗର ସଭାପତି, ରୋକମ ରାମ ପ୍ରସାଦଙ୍କୁ ବିଜେଡି କାଶିନଗର ବ୍ଲକ୍ ସଭାପତି, ସି.ଏଚ୍ ଈଶ୍ବର ରାଓଙ୍କୁ ବିଜେଡି ଗୋସାଣି ବ୍ଲକ୍ ସଭାପତି, ଇନୁସ ଶବରଙ୍କୁ ବିଜେଡି ଗୁମ୍ମା ବ୍ଲକ୍ ସଭାପତି, ରଘୁ ରାମ ସାହୁଙ୍କୁ ବିଜେଡି କାଶୀନଗର ଏନ୍‌ଏସି ସଭାପତି, କେ.ଭେଙ୍କଟ ରାଓଙ୍କୁ ବିଜେଡି କାଶୀନଗର ଏନ୍‌ଏସି ଉପ-ସଭାପତି, କେ.ତ୍ରିପତି ରାଓଙ୍କୁ ଯୁବ ବିଜେଡି କାଶୀନଗର ଏନ୍‌ଏସି ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର