ଭୁବନେଶ୍ବର: ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ କ୍ଷେତ୍ରକୁ ଦୁଇଟି ବଡ଼ ପ୍ରକଳ୍ପ ଆସିଛି। ଖୋର୍ଦ୍ଧାରେ ୮୮୫ କୋଟି ଟଙ୍କା ନିବେଶରେ ଏମ୍‌ଏଏସ୍‌ ଇଣ୍ଡିଆ କ୍ଲଥିଂ ଏହାର ପ୍ରୋସେସିଂ ମିଲ୍‌ ସ୍ଥାପନ କରିବ। ଇସୋଲୟଡ୍‌ ଇଞ୍ଜିନିୟରିଂ ଟେକ୍ନୋଲୋଜିସ୍‌ ତରଫରୁ ଯାଜପୁରରେ ୫୧ କୋଟି ଟଙ୍କା ନିବେଶରେ ଏକ ସେରାମିକ୍ ଫାଇବର୍‌ କାରଖାନା ସ୍ଥାପନ କରାଯିବ। ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ଏହି ଦୁଇ ପ୍ରକଳ୍ପ ସମେତ ୩୮୭୮.୮୬ କୋଟି ଟଙ୍କାର ୧୭ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Advertisment

ପୁରୀରେ ‘ରେସନ୍ସ’ର ଇକୋ ରିସୋର୍ଟ
ବୌଦ୍ଧରେ ଇଥାନଲ୍‌ କାରଖାନା
ସିଙ୍ଗଲ ୱିଣ୍ଡୋରେ ୩,୮୭୮ କୋଟିର ୧୭ ପ୍ରକଳ୍ପ ମଞ୍ଜୁର

ଗ୍ରିନ୍‌ୱେଭ୍ ସର୍କୁଲାରିଟି ପକ୍ଷରୁ ଖୋର୍ଦ୍ଧାରେ ୬୫୦.୨୩ କୋଟି ଟଙ୍କା ନିବେଶ କରାଯିବ ଏବଂ ଗୁରୁମହାରାଜ ମାଇନିଂ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ ୨୩୯.୦୭ କୋଟି ଟଙ୍କା ନିବେଶ କରିବ। କଟକରେ ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍ ୧୭୫ କୋଟି ଟଙ୍କା ଖଟାଇବ। ଜଗତସିଂହପୁରରେ ଲୁକ୍ରୋ ପେ‌ଷ୍ଟସାଇକଲ୍ ୧୦୦ କୋଟି ଟଙ୍କା, ବାଲେଶ୍ବରରେ ରୟାଲ୍‌ ଟଚ୍ ଫାବଲନ୍ ୬୦.୭୮ କୋଟି ଟଙ୍କା, ଖୋର୍ଦ୍ଧାର ଇଏମ୍‌ସି ପାର୍କରେ ହିରାଉସ୍‌ ଟେକ୍ନୋଲୋଜିସ୍ ଇଣ୍ଡିଆ ୧୮୮.୪୬ କୋଟି ଟଙ୍କା, କଟକରେ ଆଡ୍‌ସଫ୍ଟ ଟେକ୍ନୋଲୋଜିସ୍‌ ୧୧୨ କୋଟି ଟଙ୍କା ଏବଂ ଖୋର୍ଦ୍ଧାରେ ଗଣେଶ କଞ୍ଜ୍ୟୁମର୍ସ ୫୨.୩୮ କୋଟି ଟଙ୍କା ନିବେଶ କରିବ। ବୌଦ୍ଧରେ ୧୧୦ କୋଟି ଟଙ୍କା ନିବେଶ କରି ରାଣୀସତି ଗ୍ରିନ୍ ବାୟୋଫୁଏଲ୍‌ସ ଏକ ଶସ୍ୟଭିତ୍ତିକ ଇଥାନଲ୍‌ କାରଖାନା ବସାଇବ। ଆଇରନ୍ ଟ୍ରାଏଙ୍ଗଲ୍‌ ତରଫରୁ ବଲାଙ୍ଗୀରରେ ୩୧୦ କୋଟି ଟଙ୍କା ନିବେଶରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ। ସମଲେଶ୍ବରୀ ଫେରୋମେଟାଲ୍‌ସ ପକ୍ଷରୁ ସ୍ପଞ୍ଜ ଆଇରନ୍ କାରଖାନା ସମ୍ପ୍ରସାରଣରେ ୪୦୦ କୋଟି ଟଙ୍କା ନିବେଶ କରାଯିବ। ରେସନ୍ସ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ୫୩ କୋଟି ଟଙ୍କା ବିନିଯୋଗରେ ପୁରୀଠାରେ ‘ମେଫେୟାର୍‌ ହାଇଡ୍‌ଆଉଟ୍‌’ ନାମରେ ଇକୋ ରିସୋର୍ଟ ସ୍ଥାପନ କରାଯିବ। ଆଲ୍‌ଫା କୋଲ୍‌ ବିନିଫିକେସନ୍ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ପକ୍ଷରୁ ସୁନ୍ଦରଗଡ଼ରେ ୨୧୭.୪୦ କୋଟି ଟଙ୍କା ନିବେଶ କରାଯିବ। ଖୋର୍ଦ୍ଧାରେ ଭୁବନେଶ୍ବର ଲକିପାର୍କ ୨୧୮.୮୦ କୋଟି ଟଙ୍କା ଖଟାଇବ। ଅନୁଗୁଳରେ ସ୍ପେସିଆଲ୍ ବ୍ଲାଷ୍ଟ୍‌ସ ୫୪.୯୯ କୋଟି ଟଙ୍କା ନିବେଶ କରିବ।