ମେଗା ଷ୍ଟିଲ୍‌ପ୍ଲାଣ୍ଟ ଦାବିରେ ମଶାଲ ଶୋଭାଯାତ୍ରା

କେନ୍ଦୁଝର : କେନ୍ଦୁଝରରେ ମେଗା ଷ୍ଟିଲ୍‌ପ୍ଲାଣ୍ଟ ସ୍ଥାପନ ଦାବିରେ ପ୍ରେସ ଫୋରମ୍‌ର କେନ୍ଦୁଝର ଚାଲ ଡାକରାକୁ ସମର୍ଥନ ଜଣାଇ ରବିବାର ସନ୍ଧ୍ୟାରେ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରାରେ ବିଜେପି, କଂଗ୍ରେସ, ବିଜେଡି, ବାମଦଳର ନେତା ଓ କର୍ମୀଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇ କେନ୍ଦୁଝର ଚାଲ ଡାକରାକୁ ସଫଳ କରିବାକୁ ନାରାବାଜି କରିଥିଲେ। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ କାଳୀପଡ଼ିଆରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବ। ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଇସ୍ପାତମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ।

ପ୍ରେସ ଫୋରମ୍‌ର ଏହି ଡାକରାକୁ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି, ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ, ସିଟୁ, କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ, ଏଚ୍‌ଏମ୍‌ଏସ୍‌, ବିଏମ୍ଏ‌ସ୍‌, କେନ୍ଦୁଝର ଶିଳ୍ପ ମହାସଂଘ, କେନ୍ଦୁଝର ବଣିକ ସଂଘ, କେନ୍ଦୁଝର ଟେଣ୍ଟ ମାଲିକ ସଂଘ, କ୍ରସର ମାଲିକ ସଂଘ, ବସ୍‌ ମାଲିକ ସଂଘ, ଅଟୋ ମାଲିକ ଓ ଡ୍ରାଇଭର ସଂଘ, ବଡ଼ବିଲ ବିକାଶ ମଞ୍ଚ, ବଡ଼ବିଲ ଟ୍ରକ୍‌ ମାଲିକ ସଂଘ, ଆନନ୍ଦପୁର ଧନେଇ ସେବା ସଂଘ, କେନ୍ଦୁଝର ନାଗରିକ ମଞ୍ଚ, ପ୍ରଗତିଶୀଳ ନାଗରିକ ମଞ୍ଚ, ବଣିକ ସଂଘ, ଅଙ୍ଗନବାଡ଼ି କର୍ମଚାରୀ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ ସଂଘ, ନାରୀ ସମାଜ, ରୋଟାରି କ୍ଲବ୍‌, ଆଦିବାସୀ ବିକାଶ ମଞ୍ଚ, ଆନନ୍ଦପୁର ପ୍ରେସ୍‌ କ୍ଲବ୍ ସମେତ ଜିଲ୍ଲାର ବହୁ ଯୁବ ଓ ଛାତ୍ର ସଂଗଠନ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର