ନିରାକାରପୁର : ଖୋର୍ଦ୍ଧା, ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀର ୧୫ରୁ ଅଧିକ ପଞ୍ଚାୟତବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଓରବରସିଂହ ପଞ୍ଚାୟତ ଅଧୀନସ୍ଥ ମଶାଣିଆସ୍ଥିତ ମଲାଗୁଣୀ ନଦୀରେ ନିର୍ମିତ ସେତୁଟି ଏବେ ବିଦସଂକୁଳ ହୋଇପଡ଼ିଛି। ୨୦୦୩ ଏପ୍ରିଲ୍ ୧୬ରେ ଏହି ସେତୁ ଉଦ୍ଘାଟିତ ହୋଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ତତ୍କାଳୀନ ଜଳସଂପଦ ମନ୍ତ୍ରୀ ମଙ୍ଗଳା କିଷାନ, ରାଷ୍ଟ୍ରମନ୍ତ୍ରୀ ରବିନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ହେଲେ ବିଭାଗୀୟ ଦୂରଦୃଷ୍ଟି ଅଭାବ ଯୋଗୁଁ ସେତୁଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ସେତୁର ଉଭୟ ପାର୍ଶ୍ବ ଗାର୍ଡୱାଲ ଭାଙ୍ଗିରୁଜି ଯାଇଥିବାବେଳେ ନଦୀ ଗର୍ଭରେ ଥିବା ଖମ୍ବ ଗୁଡିକରୁ ସିାମେଣ୍ଟ ଉଠିଯାଇ ରଡ୍ ସବୁ ଦେଖାଗଲାଣି। ଏପରିକି ସ୍ଥାନେ ସ୍ଥାନେ ଅନାବନା ଗଛ ଉଠିବା ଯୋଗୁଁ ଚେରଦ୍ବାରା ଅନ୍ୟାନ୍ୟ ଅଂଶ ଫାଟି ଆଁ କଲାଣି। ଦୈନିକ ଏହି ପୋଲ ଦେଇ ପଥର ମାଫିଆ ମାନେ ପଥର ଚାଲାଣ କରୁଥିବା ଯୋଗୁଁ ଭାରୀଯାନ ସଂଖ୍ୟା ବଢ଼ିଯାଇଛି। ଶହଶହ ଟ୍ରାକ୍ଟର, ଟ୍ରକ୍, ହାଇୱା ଆଦି ପଥର, ମୋରମ ଓ ବାଲି ବୋଝେଇ କରି ଯିବା ଆସିବା କରିବା କାରଣରୁ ସେତୁଟି ଦୁର୍ବଳ ହେବାରେ ଲାଗିଛି। ସେତୁଟିର ଅବସ୍ଥା ଯାହା ଭାରିଯାନ ଗମନାଗମନ କାରଣରୁ ଭୁଶୁଡ଼ି ଯିବାର ଆଶଙ୍କା ସୃଷ୍ଟି ହୋଇଛି।
ମଶାଣିଆ ମଲାଗୁଣି ସେତୁ ବିପଦସଂକୁଳ, ପଥର ବୋଝେଇ ଟ୍ରକ୍ ଚଳାଚଳକୁ ନେଇ ଚିନ୍ତା
/sambad/media/post_attachments/wp-content/uploads/2020/03/masania-malaguni-setu.jpg)