ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଶନିବାର ସନ୍ଧ୍ୟା ସୁଦ୍ଧା ୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ରାତିରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କଳାହାଣ୍ଡିରେ ମାସ୍କ୍ ଚେକିଂ ଜୋର୍ସୋର ଚାଲିଥିବାବେଳେ କଳାହାଣ୍ଡି ପୁଲିସ ପ୍ରଶାସନ ପକ୍ଷରୁ ୬ ତାରିଖରେ ୬୫ଜଣ ବିନା ମାସ୍କ୍ଧାରୀଙ୍କଠାରୁ ୨୮,୬୦୦ ଟଙ୍କା ଆଦାୟ କରାଯାଇଥିଲା। ସେହିଭଳି ୭ ତାରିଖରେ ୧୧୪ ଜଣ ବିନା ମାସ୍କ୍ଧାରୀଙ୍କ ଠାରୁ ୪୯,୫୦୦ ଟଙ୍କା, ୮ ତାରିଖରେ ୧୦୦ଜଣ ବିନା ମାସ୍କ୍ଧାରୀଙ୍କଠାରୁ ୪୩, ୬୦୦ ଟଙ୍କା , ଏପ୍ରିଲ ୯ ଓ ୧୦ ତାରିଖରେ ୮୬ ଜଣ ବିନା ମାସ୍କ୍ଧାରୀଙ୍କଠାରୁ ୪୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।
କଳାହାଣ୍ଡି ଜିଲ୍ଲାରେ ୩୭ କରୋନା ପଜିଟିଭ ଚିହ୍ନଟ; ମାସ୍କ୍ ଧରପଗଡ଼, ୪୩ ହଜାର ଜରିମାନା ଆଦାୟ
/sambad/media/post_attachments/wp-content/uploads/2021/04/kalahandi-mask-checking.jpg)