ବିନା ମାସ୍କରେ ମିଳିବନି ପେଟ୍ରୋଲ, ଉତ୍କଳ ପେଟ୍ରୋଲିୟମ୍  ଡିଲର ସଂଘର ଘୋଷଣା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରୁଥିବା ବେଳେ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଣିକି ବିନା ମାସ୍କରେ ପେଟ୍ରୋଲ ମିଳିବ ନାହିଁ । ଉତ୍କଳ ପେଟ୍ରୋଲିୟମ୍  ଡିଲର ସଂଘ ଏହି ନିଷ୍ପତ୍ତି ନେଇଛି । ସଂଘର ସାଧାରଣ ସଂପାଦକ କହିଛନ୍ତି, କରୋନାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ନିୟମ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଲାଗୁ ହେବ ।

ସାରା ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି । ଏଣିକି ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ତିନି ଉଲ୍ଲଂଘନ ଲାଗି ୨ ଶହ ଟଙ୍କା ଲେଖାଏଁ ଜରିମାନା ନିଆଯିବ । କିନ୍ତୁ ଏହା ପରଠାରୁ ମାସ୍କ ନ ପିନ୍ଧିଲେ ଜରିମାନାର ପରିମାଣ ୫ ଶହ ଟଙ୍କାକୁ ବର୍ଦ୍ଧିତ ହେବ ।

ଏହି ପରିପ୍ରେକ୍ଷୀ ମାସ୍କ ପିନ୍ଧିବା ନିୟମକୁ ସହାୟତା କରିବା ଲାଗି ଆଗେଇ ଆସିଛି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ। ସଂଘ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପକୁ ମାସ୍କ ପିନ୍ଧି ନ ଥିବା ଗାଡ଼ି ଚାଳକଙ୍କୁ ତେଲ ନ ଦେବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର