ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଣା ଦୁର୍ନୀତିର ଶୁଣାଣି

ଭୁବନେଶ୍ୱର : ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି‌ ଅଭିଯୋଗର ଆଜି ଲୋକାୟୁକ୍ତରେ ଶୁଣାଣି ହୋଇଛି। ଏହି ସବୁ ସାମଗ୍ରୀ କିଣିବା ପାଇଁ ଗଠିତ ପରଚେଜ୍‌ କମିଟିର ତତ୍‌କାଳୀନ ଅଧ୍ୟକ୍ଷ ହେମନ୍ତ ଶର୍ମାଙ୍କୁ କାହିଁକି ଅପସାରଣ କରାଯାଇଥିଲା ତା’ର କାରଣ ଦର୍ଶାଇବା ପାଇଁ ଲୋକାୟୁକ୍ତ ଗତ ନଭେମ୍ବର ୪ ତାରିଖରେ ଆଦେଶ ଦେଇଥିଲେ। ଏହି ଆଦେଶ ମୁତାବକ ଆଜି ମୁଖ୍ୟ ଶାସନ ସଚିବଙ୍କ ତରଫରୁ ସଞ୍ଜୀବ ଚୋପ୍ରା ଲୋକାୟୁକ୍ତରେ ଉତ୍ତର ରଖିଥିଲେ। ଏ ବାବଦରେ କୌଣସି ସରକାରୀ କାଗଜପତ୍ର ନୁହେଁ, ବରଂ ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପତ୍ର ଉପସ୍ଥାପନ କରିବାରୁ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଡିସେମ୍ବର ୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ସେହି ସମୟରେ ସମସ୍ତ ପ୍ରକାରର ସରକାରୀ ଦସ୍ତାବିଜ୍‌ ଉପସ୍ଥାପନ କରିବାକୁ ଲୋକାୟୁକ୍ତ ଆଦେଶ ଦେଇଛନ୍ତି। ୭ ତାରିଖ ଦିନ ବସିବାକୁ ଥିବା ଫୁଲ୍‌ବେଞ୍ଚ ମାମଲାର ଶୁଣାଣି କରିବ ବୋଲି ଆବେଦନକାରୀ ତଥା କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର