ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ପଜିଟିଭ୍ ଚିହ୍ନଟ, ଟୁଇଟ୍ କରି ସୂଚନା ଦେଲେ ନିଜେ

ଭୁବନେଶ୍ବର: ଓଡ଼ିଶାର ପୁଣି ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ଟୁଇଟ୍ କରି ଲେଖିଛନ୍ତି,‘ ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗୀତା ଦାଶଙ୍କର କରୋନା’ ପଜିଟିଭ୍ ବାହାରିଛି। ଆମେ ଏବେ ସୁସ୍ଥ ଅଛୁ l ଆମ ସଂସ୍ପର୍ଶରେ ସାତ ଦିନ ଭିତରେ ଯେଉଁମାନେ ଆସିଛନ୍ତି ‘କରୋନା’ ଟେଷ୍ଟ କରିବା ପାଇଁ ଅନୁରୋଧ କରୁଛୁ l ’

ସୂଚନାଯୋଗ୍ୟ, ରାଜ୍ୟର ପ୍ରଥମ ମନ୍ତ୍ରୀ ଭାବେ ସୁଶାନ୍ତ ସିଂହ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ତାପରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଛଡ଼ା ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ, ମହିଳା ଏବଂ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ବି କରୋନାରେ ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧିତ ଖବର