ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ବର : ମାଟ୍ରିକ ପରୀକ୍ଷା ପରିଚାଳନା ତ୍ରୁଟିକୁ ବିରୋଧ କରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହିତ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

‌ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ପରିଚାଳନା‌ରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହେଉଛି। ପ୍ରଶ୍ନପତ୍ର ବଜାରରେ ବିକ୍ରି ହେଉଥିବା ଅଭିଯୋଗ କରାଯାଇଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଏହି ବିକ୍ଷୋଭରେ ଯୁବମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, ସାଧାରଣ ସମ୍ପାଦକ ସୁରେଶ କୁମାର ସାହୁ, ଉପସଭାପତି ଶାଶ୍ୱତ ନାୟକ, ଜ୍ୟୋତିରଞ୍ଜନ ମହାନ୍ତି, ରାଜେଶ ପୃଷ୍ଟି, ଚଣ୍ଡୀ ପ୍ରସାଦ, ଶାନ୍ତନୁ କୁମାର ଦାଶ, ତପନ ନାୟକ, ଜଗବନ୍ଧୁ ସ୍ୱାଇଁ, ସ୍ବାଗତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର