ବ୍ରହ୍ମପୁର : ବ୍ରହ୍ମପୁର ସହର ଖାଜାସାହିରେ ଗ˚ଜାମ ମୁସଲିମ ସାଂସ୍କୃତିକ ସଂଘ ପକ୍ଷରୁ ଗରିବ ତଥା ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ଗଣବିବାହ କାର୍ଯ୍ୟ ସ˚ପାଦନ କରାଯାଇଛି। ଯାହାକି ଭାଇଚାରାର ବାର୍ତ୍ତା ପ୍ରଦାନ କରିଛି। ଗରିବ ପିତାମାତା ଝିଅର ବାହାଘର ପାଇଁ ଦେଖିଥିବା ସ୍ବପ୍ନ ପୂରଣ କରିପାରୁ ନଥିବା ବେଳେ ସ˚ଘ ପକ୍ଷରୁ ଏହି ମହାନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଜାତିବର୍ଣ୍ଣ ନିର୍ବିଶେଷରେ ୧୫ ଯୋଡ଼ିଙ୍କୁ ବିବାହ ବନ୍ଧନରେ ବାନ୍ଧିଛନ୍ତି। ୧୧ ଜଣ ମୁସଲିମ ଏବ˚ ୪ଜଣ ହିନ୍ଦୁ ଝିଅଙ୍କୁ ଗୋଟିଏ ଛାତ ତଳେ ଏକା ସମୟରେ ବାହାଘର କରି ଏକ ମହତ୍ କାର୍ଯ୍ୟ ସମ୍ପାଦନ କରାଯାଇଛି। ଏହା ସହିତ ନବଦମ୍ପତିଙ୍କ ପାଇଁ ଘରକରଣା ସାମଗ୍ରୀ ବ୍ୟବସ୍ଥା କରାଯିବା ସହିତ ଭୋଜିଭାତ ମଧୢ ସମାଜର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସମାପନ ହୋଇ ପାରିଛି।
ଗତକାଲି ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରରେ ୪ ଜଣ ହିନ୍ଦୁ ଯୁବକଯୁବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଆଜି ମଧ୍ୟାହ୍ନରେ ଖାଜାସାହିସ୍ଥିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଝିଅଙ୍କୁ ବିଦାୟ ଦିଆଯାଇଥିଲା। ସେହିପରି ମୁସଲିମ୍ ଯୁବକଯୁବତୀ ବି ନିକାହ କରିଥିଲେ। ବିରାଟ ତୋରଣ ସାଙ୍ଗକୁ ଭୋଜିଭାତର ଆୟୋଜନ ନିଆରା ଭାଇଚାରାର ନିଦର୍ଶନର ପ୍ରମାଣ ଦେଇଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।
/sambad/media/post_attachments/wp-content/uploads/2019/12/mass-marriage-300x128.jpg)
ବିବାହ ଉତ୍ସବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ତା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଯୋଗ ଦେଇ ସ˚ଘର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ୍ ନେତା ଅଳିକିଶୋର ପଟ୍ଟନାୟକ, ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି କାହ୍ନୁଚରଣ ପତି, ଏଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ, ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ, ପୂର୍ବତନ କର୍ପୋରେଟର ଆର୍.ମୁରଲୀମୋହନ, ମୁକୁନ୍ଦ ଗୌଡ଼, ତେଜେଶ୍ବର ସ୍ବାମୀ, ତୁମ୍ବନାଥ ପଣ୍ତା, ବନମାଳୀ ସେଠୀ, ମଦନ ଦଳେଇ, ରଜନୀଶ ମିଶ୍ର, ମମତା ବିଷୋୟୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ସ˚ଘର ସଭାପତି ସୟଦ ଇସମାଇଲ୍, ଅଧୢକ୍ଷ ଏମ୍.ଡି ସଲିମ୍, ଅବଦୁଲ ସତାର୍, ଇଲିଆସ୍ ଅହମ୍ମଦ ଖାନ୍, ତାହିଦ୍ ଅହମ୍ମଦ, ଶେଖ୍ ଇଲିୟାସ, ମହମ୍ମଦ ଏ.କେ.ଜିଲାନ୍, ଏମ୍. ସମୀର, ସୟଦ ମମତାଜ୍, ସ˚ପାଦକ ଜନାବ ରହିମ୍ ଖାନ୍, ଯୁଗ୍ମ ସ˚ପାଦକ ମହମ୍ମଦ ଅସଲାମ୍, ଏସ୍.ଏ ଖଲିଲ୍, ଏମ୍.ଏ. ରଜାକ, ଏସ୍.ଏ ରହିମ, ଫିରୋଜ ଖାନ୍, ମହମ୍ମଦ ଫଜିଉଲ୍ଲାଖାନ୍, ମହମ୍ମଦ ଜାମିଲ, ମହମ୍ମଦ ଲତିଫ୍, ଏମ୍.ଏସ୍.କେ. ସଦ୍ମଣି, ସୟିକ୍ ସବିର, ସଲିମ ଖାନ, ଶେଖ ଇକ୍ବାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଗତବର୍ଷ ମଧୢ ୧୨ଯୋଡ଼ିଙ୍କ ଗଣବିବାହ କରାଯାଇଥିଲା। ସେଥିମଧୢରୁ ୯ଯୋଡ଼ି ମୁସଲିମ ଥିବା ବେଳେ ୩ଯୋଡ଼ି ହିନ୍ଦୁ ସ˚ପ୍ରଦାୟର ଥିଲେ। ଆଜି ନବଦମ୍ପତିଙ୍କୁ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ପ୍ରଦାନ କରାଯାଇ ନୂଆ ଜୀବନ ଆରମ୍ଭ କରିବା ପାଇଁ ଆଶୀର୍ବାଦ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/mass-marriage-final.jpg)