ପୁରୀ: ପୁଣି ଏକ ଗଣଦୁଷ୍କର୍ମର ଅଭିଯୋଗ ଆସିଛି। ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ପୁରୀର କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୁରୀର ଝାଡ଼େଶ୍ବରୀ କ୍ଲବ୍ ନିକଟ ଏକ କ୍ବାଟର୍ସରେ ଏହି ଗଣଦୁଷ୍କର୍ମ ହୋଇଥିବା ସୂଚନା ରହିଛି। ସବୁଠାରୁ ସାଘାତିକ କଥା ହେଲା, ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ସଂସ୍ଲିଷ୍ଟ ବୋଲି ପୀଡ଼ିତା ଅଭିଯୋଗ କରିଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୪ ଜଣ ଦୁର୍ବୃତ୍ତ ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ କାକଟପୁରରେ ଛାଡ଼ି ଦେବାକୁ କହି ନିମାପଡ଼ା ବସ୍ଷ୍ଟାଣ୍ଡ୍ରୁ ଯୁବତୀଙ୍କୁ ଏକ କାର୍ରେ ଉଠାଇ ନେଇଥିଲେ। ତେବେ, ଏହି ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ପୁଲିସ୍ କନ୍ଷ୍ଟେବଲ୍ ଥିବା ସୂଚନା ରହିଛି। ନିମାପଡ଼ାରୁ କାକଟପୁର ଯିବାଲାଗି ପୀଡ଼ିତା ଅପେକ୍ଷା କରିଥିବା ବେଳେ କାର୍ରେ ତାଙ୍କୁ ଲିଫ୍ଟ ଦେବା ବାହାନାରେ ପୁରୀ ନେଇ ସେଠାରେ ଦୁଷ୍କର୍ମ କରାଯାଇଥିବା ଜାଣିବାକୁ ମିଳିଛି।
ଗଣଦୁଷ୍କର୍ମ ପରେ ଯୁବତୀ ଜଣକ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ଆଣିଛନ୍ତି। ନିମାପଡ଼ାରୁ କାକଟପୁର ଯିବା ପାଇଁ ଯୁବତୀ ଜଣକ ବସ୍ଷ୍ଟାଣ୍ଡ୍ରେ ଯିବାକୁ ଅପେକ୍ଷା କରିଥିବା ବେଳେ ୪ ଜଣ ଆସି ତାଙ୍କୁ କାକଟପୁରରେ ଛାଡ଼ିଦେବାକୁ କହି ଗାଡ଼ିରେ ନେଇଥିଲେ ବୋଲି ଯୁବତୀ ଜଣକ ପୁଲିସ୍ରେ ଅଭିଯୋଗ ଆଣି କହିଛନ୍ତି। ପୀଡ଼ିତା ଜଣକ ପୁଲିସ୍ କର୍ମୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ପୁଲିସ୍ ଜଣକ ହେଉଛନ୍ତି ଜିତେନ୍ଦ୍ର ସେଠୀ। ପୂର୍ବରୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ସୂଚନା ରହିଛି।