୩ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ପାଇଁ ମାଷ୍ଟର ପ୍ଲାନ୍

ଭୁବନେଶ୍ବର : ରାଜ୍ୟର ୩ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି। ୩ଟି ଟିଚିଂ ହସ୍ପିଟାଲରେ ସମୁଦାୟ ୬୫୦ ଶଯ୍ୟା ରହିଛି। ଚିଟିଂ ହସ୍ପିଟାଲ ନିର୍ମାଣ କେଉଁ ସ୍ଥାନରେ ହେବ ଓ ଏଥିପାଇଁ କେଉଁ ଗୃହର ସ୍ଥାନାନ୍ତରଣ ହେବ ତାହା ସଂପର୍କରେ ଏକ ସଂଶୋଧିତ ପ୍ଲାନ୍ ମୁଖ୍ୟମନ୍ତ୍ରୀ(ବିଲ୍ଡିଂ)ଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି।

ବାରିପଦାରେ ହେବାକୁ ଥିବା ଟିଚିଂ ହସ୍ପିଟାଲର କ୍ୟାନସର ୱିଙ୍ଗ୍ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ତଳ ମହଲାରେ ଆହାର କେନ୍ଦ୍ର ଓ ଉପର ମହଲାରେ ଆଟେଣ୍ଡାଣ୍ଟଙ୍କ ବିଶ୍ରାମ ସ୍ଥାନ, ପ୍ରବେଶ ସ୍ଥାନରେ ବାଣିଜ୍ୟିକ କମ୍ପ୍ଲେକ୍ସକୁ ମିନି ମାର୍କେଟ୍‌ କରାଯିବ। ସେହିପରି ବାଲେଶ୍ବର ଟିଚିଂ ହସ୍ପିଟାଲ ପାଇଁ କ୍ୟାନସର ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତରଣ ଓ ସଂଶୋଧନ କରାଯାଇଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦେଶକ ଡା. ଏଲ.ଏନ୍ ଷଡ଼ଙ୍ଗୀ କହିଛନ୍ତି, ଏସବୁ ଟିଚିଂ ହସ୍ପିଟାଲରେ ରେଡିଓଥେରାପି ୟୁନିଟ୍‌ ଖୋଲାଯିବ। ପ୍ରାଥମିକ ପର୍ଯ୍ୟାୟରେ ରେଜିଓଥେରାପି ଓ କେମୋ ଚିକିତ୍ସା ଆରମ୍ଭ ହେବ। ପରବର୍ତୀ ସମୟରେ ସର୍ଜରିର ବ୍ୟବସ୍ଥା କରିବା ଲାଗି ମଧ୍ୟ ପ୍ଲାନ୍‌ରେ ନିଷ୍ପତ୍ତି ହୋଇଛି। ଧୀରେ ଧୀରେ ଏସବୁ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଡା.ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର