ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଓ ଜଗନ୍ନାଥପ୍ରସାଦ ରେଞ୍ଜ୍ ଅଧୀନ କନ୍ଧନୂଆପଲ୍ଲୀ କାଜୁ ଜଙ୍ଗଲରେ ଦନ୍ତାହାତୀ ହତ୍ୟା ଓ ଦାନ୍ତ କାଟି ନେବା ଘଟଣାର ମାଷ୍ଟରମାଇଣ୍ଡ୍ ତଥା ବୁଗୁଡ଼ା ଥାନା ଅଧୀନ ବିଷ୍ଣୁଚକ୍ର ଗ୍ରାମର ହାଡ଼ୁବନ୍ଧୁ ଜେନାଙ୍କୁ ପୁଲିସ ଗତକାଲି ଗିରଫ କରିଛି। ଏହାସହ ତାର ସହଯୋଗୀ ତଥା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ବଜ୍ରକୋଟ ଗ୍ରାମର ରବୀନ୍ଦ୍ର ନାୟକକୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କ ଠାରୁ ଗୋଟିଏ ଲେଖାଏଁ ଦେଶୀ ବନ୍ଧୁକ ଜବତ ହୋଇଛି। ‌ଉଭୟଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ବନ ବିଭାଗ ସଙ୍କୁରୁ ଗ୍ରାମର ବିମଳ ରଞ୍ଜନ ସ୍ବାଇଁର ଘର ବାରିପଟ ପାଇଖାନା ନାଳ ତଳୁ ହାତୀ ଦାନ୍ତ ଜବତ କରିଥିଲା।