ଭୁବନେଶ୍ବର: ଛାତ୍ର ନେତାଙ୍କ ଫେକ୍ ଆଇଡି କରି ସୋସିଆଲ ମିଡିଆରେ ଅଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ଚଣ୍ଡୀ ପ୍ରସାଦ ମହାପାତ୍ର ଓରଫ ପପି ଗିରଫ ହୋଇଛନ୍ତି। 

Advertisment

ଅଭିଯୁକ୍ତଙ୍କର ଘର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ । ଅଭିଯୋଗ ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୋଗକାରୀ ଛାତ୍ରନେତା ଜଣଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କର ଚରିତ୍ର ସଂହାର କରୁଥିଲା ।

ଇଂଷ୍ଟାଗ୍ରାମରେ ଫେକ ଆକାଉଣ୍ଟ ଖୋଲିବା ସହ କିଛି ମିଛ ଅଡିଓ ଏଡିଟ କରି ଭାଇରାଲ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା I

ଅଭିଯୋଗକାରୀଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ ହେଉଥିବାରୁ ସେ ଏହାକୁ ନେଇ ଆଇନର ଆଶ୍ରୟ ନେଇଥିଲେ। ସାଇବର ଥାନା ଏତଲା ଦେବା ସହ  ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। 

ଅଭିଯୁକ୍ତ ଜଣଙ୍କୁ କଳିଙ୍ଗ ନଗର ଅଞ୍ଚଳରୁ ଗିରଫ କରାଯାଇଛି । ପୋଲିସ ତାଙ୍କ ଠାରୁ କ୍ରାଇମରେ ବ୍ୟବହୃତ ଡିଜିଟାଲ ଡିଭାଇସ ଜବତ କରିଛି । କେସ ନମ୍ବର ୬୪୦ ରେ ଆଇଟି ଆକ୍ଟ ମୁତାବକ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।