ବେତନଟୀ: ବେତନଟୀ ତହସିଲ ଅଧୀନ ସଠିଲୋ ମୌଜାର ଶ୍ମଶାନ ଜମିକୁ ଜବର ଦଖଲକାରୀଙ୍କ ହାତରେ ପ୍ରଶାସନ ଟେକି ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ବହୁ ପରିମାଣର ଅର୍ଥ କାରବାର ହୋଇଥିବାର ସଠିଲୋ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସଠିଲୋ ମୌଜାରେ ୧ ଏକର ୧୪ ଡେସିମିଲ ଶ୍ମଶାନ ଜମି ରହିଛି। ଏହି ଜମିଟି କଲେଜ ପାଖ ତୁଳସୀଚୌରାରୁ କଲେଜ ରାସ୍ତାକୁ ଲାଗିଥିବା ବେଳେ ଏହାକୁ ଜବରଦଖଲକୁ ନେଇ ବିକ୍ରି କରିବାକୁ ମସୁଧା ଚଳାଇଛନ୍ତି କିଛି ଦଲାଲ। ଏଥିସହ ଏହି ଜମିର ବଜାର ଦର ଡେସିମିଲ ପିଛା ୪ରୁ ୫ ଲକ୍ଷ ଟଙ୍କା ହେଲାଣି ବୋଲି କହାଯାଉଛି। ତଥାପି ପ୍ରଶାସନ ଏହି ଜମକୁ ଜବରଦଖଲକାରୀଙ୍କ କବ୍ଜାରୁ ମୁକ୍ତ କରୁନି।
ସୂଚନା ଅନୁଯାୟୀ; ୧୯୭୮ ମସିହାରୁ ସ୍ବତନ୍ତ୍ର ଭାବେ ଏହି ଜମି ଚିହ୍ନଟ ହୋଇ ଶ୍ମଶାନ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଗତ କିଛି ବର୍ଷ ହେଲା ଜମିଟିକୁ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି। ଏନେଇ ବାରମ୍ବାର ଅଭିଯୋଗ ହେବାପରେ ବେତନଟୀ ତହସିଲଦାର ସଂଗ୍ରାମ କେଶରୀ ପରିଡାଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ରତନ ହେମ୍ବ୍ରମ ଜମିର ମାପଯୋଖ କରିଥିଲେ। ତେବେ ଏହାକୁ ୯ ମାସ ବିତି ଯାଇଥିଲେ ମାପ କରି ଅଟକି ଯାଇଛି ତହସିଲ ପ୍ରଶାସନ। ଏହାକୁ ନେଇ ଜନଅସନ୍ତୋଷ ତେଜୁଥିବା ବେଳେ ତହସିଲ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/16.jpg)