ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଲୋକାର୍ପିତ

ସୋନପୁର: ସୋନପୁରରେ ୧୪ କୋଟି ୪ ଲକ୍ଷ ୯୦ ହଜାର ୪୨୭ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୫୦ ଶଯ୍ୟା ବିଶି‌ଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ବୁଧବାର ଲୋକାର୍ପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଏସ୍‌ପି ଅମରେଶ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁ‌‌ଷ୍ଠିତ ହୋଇଥିଲା। ଏଥିରେ ଅତିଥିମାନେ ଯୋଗ ଦେଇ ଏହି ସ୍ବାସ୍ଥ୍ୟ କେନ୍ଦ୍ର ହେବା ଫଳରେ ପ୍ରସୂତି ଓ ଶିଶୁମାନେ ଉପକୃତ ହେବେ ବୋଲି ମତ ଦେଇଥିଲେ। ଡିପିଏମ୍‌ ବିଶ୍ବମ୍ବର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଶ୍ବରଞ୍ଜନ ପତି ଧନ୍ୟବାଦ ଦେଇଥିଲେ। ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ଏଡିପିଏଚ୍‌ଓ (ଟିବି) ଡା. ପଦ୍ମହଂସା ଦୋରା, ଏଡିପିଏଚ୍‌ଓ (ପରିବାର କଲ୍ୟାଣ) ଡା. ମଞ୍ଜୁରାଣୀ ସିଂହ, ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ଜିଲ୍ଲା ପରିଷଦ ସଭ୍ୟ ତଥା ସୋନପୁର ବିଧାୟକଙ୍କ ପ୍ରତିନିଧି ସରୋଜ କମ୍ପ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର