ପାଣିରେ ବୁଡ଼ି ପ୍ରସୂତିଙ୍କ ମୃତ୍ୟୁ

ବାମରା : ବାମରା ବ୍ଲକ ଟାଙ୍ଗରମୁଣ୍ଡାରେ ଆଲିସା ସାମାଦ (୨୭)ଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ବଡ଼ ଫିଲିଙ୍ଗିବାହାଲ ଗ୍ରାମର ପ୍ରେମଚାନ୍ଦ ସାମାଦଙ୍କ ସ୍ତ୍ରୀ ଆଲିଶା ସାମାଦ(୨୭) କିଛି ଦିନ ତଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଏହା ପରେ ସେ ନିଜ ବାପ ଘର ଟାଙ୍ଗରମୁଣ୍ଡା ଗ୍ରାମକୁ ଆସି ରହୁଥିଲେ। ବୁଧବାର ସଂଧ୍ୟା ପ୍ରାୟ ୬ ଟାରେ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନ ଥିଲେ। ଘର ଲୋକେ ଖୋଜାଖୋଜି କରି ରାତିରେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଗଡ଼ପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା। ସୂଚନା ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଡାକ୍ତରଖାନା ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ଏ ନେଇ ଗୋବିନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଗୁରୁବାର ଦିନ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର