ବରଗଡ଼ : ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ!

ବରଗଡ଼ : ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ବରଗଡ଼ ପୌରାଞ୍ଚଳ କଟକିଆପଡ଼ାର ରେଖା ମଲ୍ଲିକ ବୋଲି ଜଣାପଡ଼ିଛି। ବୁଧବାର ତାଙ୍କୁ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ଚାଲିଥିବା ବେଳେ ରେଖାଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ରେଖାଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବାମୀ ମାନସ ମଲ୍ଲିକ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ମାମଲାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର