ପୁରୀ : ଗତ ୨୦୧୫ ମସିହା ସଦର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବାବାଜିକୁ ଶନିବାର ଦିନ ମାନ୍ୟବର କୋର୍ଟ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାନ୍ୟବର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଜଜ୍ ନିରଞ୍ଜନ ଜେନା ଅଭିଯୁକ୍ତ ଚୈତନ୍ୟ ଦଣ୍ଡଭଙ୍ଗା କୁଞ୍ଜ ଆଶ୍ରମର ବାବାଜି ରଘୁନନ୍ଦନ ଦାସ(୩୬)କୁ ୩୭୬ ଦଫାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୪୫୦ ଦଫାରେ ୫ ବର୍ଷ, ୩ ଅନୁସୂଚିତ ଜାତି ଦଫାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଏହି ଜରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ବିଜୟ ମିଶ୍ର ପରିଚାଳନା କରୁଥିଲେ। ଏହି ଆଶ୍ରମକୁ ପୀଡ଼ିତା ନାବାଳିକା ଓ ତା’ର ମା ଉଭୟ ଆସି ଫୁଲ ତୋଳିବା ସହିତ ଅନ୍ୟାନ୍ୟ କାମ ମଧ୍ୟ କରିଥାନ୍ତି। ତେବେ ଏହି ଆଶ୍ରମର ବାବାଜି ରଘୁନନ୍ଦନ ଦାସ ଗତ ୨୦୧୫ ମସିହାରେ ଏହି ନାବାଳିକାର ଘରକୁ ଆସିଥିବା ବେଳେ ତାକୁ ଏକାକୀ ପାଇ ସେଠାରେ ଦୁଷ୍କର୍ମ କରିଥିଲା। ଇତିମଧ୍ୟରେ ନାବାଳିକା ଜଣକ ଏକ ଅପ୍ରାପ୍ତ ବୟସ୍କ ଶିଶୁକୁ ମୃତ ଅବସ୍ଥାରେଜନ୍ମଦେଇଥିଲେ। ତେଣୁ ଏନେଇ ନାବାଳିକାର ଭାଇର ଅଭିଯୋଗକ୍ରମେ ସଦର ଥାନା ପୁଲିସ ଗତ ୨୦୧୫ ମସିହା ମେ ମାସ ୨୪ ତାରିଖ ଦିନ ୧୭୬/୧୫ ନମ୍ବରରେ ଏକ ମାମଲା ରୁଜୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/law-bkm.jpg)