ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲାର ବାଘମାଟି ପଞ୍ଚାୟତ ଅନ୍ତର୍ଗତ ମାଟିଆ ସାହିକୁ କରୋନା ହଟସ୍ପଟ୍ ଘୋଷଣା କରିବାକୁ ନିର୍ଦେଶ ଦିଆଯାଇଛି। ଏଥିନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ନିର୍ଦେଶନାମା ଜାରି କରିଛନ୍ତି। ଭୁବନେଶ୍ବରର ଏକ ହଟସ୍ପଟ୍ ଅଞ୍ଚଳରୁ ପ୍ରାୟ ୧୩୦ଜଣ ଲୋକ ମାଟିଆ ସାହିକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
କୁକୁଡ଼ାଖଣ୍ଡି ତହସିଲଦାର୍ ଏବଂ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ଏଥିଲାଗି ସେହି ଅଞ୍ଚଳରେ ଲକଡାଉନକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି। ଏହି ଅଞ୍ଚଳର ଲୋକଙ୍କୁ ବାହାରକୁ ଯିବାଆସିବା କରିବାକୁ ନିଷେଧ କରାଯାଇଛି। ଏଠାରେ ଯାନବାହନ ଚଳାଚଳ ଉପରେ ବି କଟକଣା ଜାରି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bdk.jpg)